ମେହବୁବା ପରିବାରର ଅଭିଯୋଗ, ଭେଟିବା ସୁଯୋଗ ମିଳୁନି

Advertisment
ମେହବୁବା ପରିବାରର ଅଭିଯୋଗ, ଭେଟିବା ସୁଯୋଗ ମିଳୁନି

photo-jansatta

ଶ୍ରୀନଗର: ଜମ୍ମୁ କଶ୍ମୀରର ଦୁଇ ପୁର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ପ୍ରାୟ ମାସେ ହେଲା ପୁଲିସ ହେପାଜତରେ ଅଛନ୍ତି। ସେମାନଙ୍କୁ କେବେ ମୁକ୍ତ କରାଯିବ ସେ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଏ ପର୍ଯ୍ୟନ୍ତ ଦିଆଯାଇନାହିଁ। ତେବେ ଏହି ସମୟରେ ମେହବୁବାଙ୍କ ପରିବାର ସଦସ୍ୟମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ମେହବୁବାଙ୍କ ବଡ଼ ଭଉଣୀ ରୁବାୟା ମୁଫତି ଏବଂ ସାନ ଝିଅ ଇଲତିଜା ମୁଫତି ତାଙ୍କୁ ଭେଟିବା ପାଇଁ ବାରମ୍ବାର ସରକାରଙ୍କୁ ଅନୁରୋଧ କରୁଥିଲେ ମଧ ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଗିରଫ ହେବା ପରଠାରୁ ମେହବୁବାଙ୍କୁ ସେମାନେ ‌ଥରେ ହେଲେ ଭେଟି ପାରିନାହାନ୍ତି। ତେବେ ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି ମେହବୁବାଙ୍କୁ ଭେଟିବା ନେଇ ପରିବାର ସଦସ୍ୟଙ୍କ ପକ୍ଷରୁ କୌଣସି ଅନୁରୋଧ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe