ବିଜେପିକୁ ଚ୍ୟାଲେଞ୍ଜ କଲେ ମେହବୁବା; ଦମ୍ ଅଛି ଯଦି ତାଜମହଲ-ଲାଲକିଲ୍ଲାକୁ ମନ୍ଦିର କରି ଦେଖାଅ

Advertisment
ବିଜେପିକୁ ଚ୍ୟାଲେଞ୍ଜ କଲେ ମେହବୁବା; ଦମ୍ ଅଛି ଯଦି ତାଜମହଲ-ଲାଲକିଲ୍ଲାକୁ ମନ୍ଦିର କରି ଦେଖାଅ

ନୂଆଦିଲ୍ଲୀ: ବାରାଣାସୀର ଜ୍ଞାନବ‌ାପି ମସଜିଦ ପରେ ତାଜମହଲର ସର୍ଭେ ପାଇଁ ଦାବି କରାଯାଇଛି। ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି | ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଛି ଯେ ତାଜମହଲରେ ତାଲା ପଡିଥିବା ୨୨ଟି କୋଠରୀ ଖୋଲାଯିବା ଉଚିତ ଏବଂ ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରାଯିବା ଉଚିତ। ତାଜମହଲରେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ଅଛି ବୋଲି ମଧ୍ୟ ଆବେଦନପତ୍ରରେ ଦର୍ଶାଯାଇଛି। ଏଭଳି ଆବେଦନ ପରେ ପିଡିପି ଅଧ୍ୟକ୍ଷା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତାଜମହଲକୁ ନେଇ ବିଜେପିକୁ ଏକ ବଡ ଆହ୍ବାନ ଦେଇଛନ୍ତି।

publive-image

ମେହବୁବା ମୁଫତି କହିଛନ୍ତି ଯେ, ଯଦି ବିଜେପିର ଦମ୍ ଅଛି, ତେବେ ତାଜମହଲ ଏବଂ ଲାଲକିଲ୍ଲାକୁ ମନ୍ଦିରରେ ପରିଣତ କରି ଦେଖାଅ। ତା’ପରେ ଦେଖିବା ଭାରତର କେତେ ଲୋକ ଏହାକୁ ଦେଖିବାକୁ ଆସିବେ। ସେ ଆହୁରି କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ବିଜେପି ଲୋକମାନଙ୍କୁ ଚାକିରି ଯୋଗାଇପାରୁନାହିଁ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିପାରୁନାହିଁ ଓ ଦେଶର ସମ୍ପତ୍ତି ବିକ୍ରି କରୁଛି। ଏ ନେଇ ଆଜି ଆମ ଦେଶ ବାଂଲାଦେଶ, ପାକିସ୍ଥାନ ଏବଂ ନେପାଳଠାରୁ ବି ପଛକୁ ଚାଲିଗଲାଣି। କିନ୍ତୁ ବିଜେପି ଏଥିପ୍ରତି ଧ୍ୟାନ ନଦେଇ ଅଯଥା ପ୍ରସଙ୍ଗ ଉପରେ ଧ୍ୟାନ ଦେଉଛି। ଦେଶର ଟଙ୍କା ଲୁଟିବା ପରେ ଯେଉଁମାନେ ପଳାୟନ କରିଥିଲେ ସେମାନଙ୍କୁ ଫେରାଇ ଆଣିବା ପରିବର୍ତ୍ତେ, ବିଜେପି ମୋଗଲ ଶାସନ କାଳରେ ନିର୍ମିତ ସମ୍ପତ୍ତିକୁ ନଷ୍ଟ କରିବାକୁ ଚାହୁଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe