Image Courtesy of India Today
ନୂଆଦିଲ୍ଲୀ: ଆଜି ‘ପିଡିପି’ ମୁଖ୍ୟ ମେହବୁବା ମୁଫ୍ତି ରାହୁଲ୍ ଗାନ୍ଧୀ ଓ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ସହିତ ଯୋଗ ଦେବା ପରେ ଜମ୍ମୁ ଓ କଶ୍ମୀରର ଅବନ୍ତୀପୋରାରୁ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ପୁନଃଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ନିରାପତ୍ତାରେ ତ୍ରୁଟି ହୋଇଥିବା ଦର୍ଶାଯାଇ ଶୁକ୍ରବାର ଦିନ ଯାତ୍ରା ବନ୍ଦ ରଖାଯାଇଥିଲା। ଆଜି ରାହୁଲ୍ ଗାନ୍ଧୀଙ୍କ ନିରାପତ୍ତା ବ୍ୟବସ୍ଥା ଆହୁରି ସୁଦୃଢ଼ କରାଯାଇଛି।
ଆଜି ସକାଳୁ ଚୁର୍ସୁରୁ ବହୁସଂଖ୍ୟକ ମହିଳାଙ୍କ ସହିତ ମେହବୁବା ମୁଫ୍ତି ଓ ତାଙ୍କ ଝିଅ ଇଲ୍ତିଜା ମୁଫ୍ତି ରାହୁଲ୍ ଗାନ୍ଧୀଙ୍କ ସହିତ ବାଟ ଚାଲିଛନ୍ତି। ସେମାନେ ୧୮ କିଲୋମିଟର୍ ବାଟ ଚାଲି ପାମ୍ପୋର୍ରେ ପହଞ୍ଚିବେ। ସେପଟେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଶ୍ରୀନଗରରେ ପହଞ୍ଚିଛନ୍ତି। ସେ ମଧ୍ୟ ଆଜି ଏହି ଯାତ୍ରାରେ ଯୋଗ ଦେବେ।
Image Courtesy of The Indian Expressଏହି ଯାତ୍ରା ସମୟରେ ପାମ୍ପୋର୍ସ୍ଥିତ ବିର୍ଲା ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ୍ ନିକଟରେ ଚା ପାନ ବିରତି ହେବ ଏବଂ ଶ୍ରୀଗର ଉପକଣ୍ଠସ୍ଥିତ ପଠାନ୍ ଚୌକ୍ସ୍ଥିତ ‘ଟ୍ରକ୍ ୟାର୍ଡ’ରେ ରାତ୍ରୀଯାପନ କରାଯିବା କାର୍ଯ୍ୟକ୍ରମ ରହିଛି।
ଜାନୁଆରି ୨୯ ତାରିଖ ଦିନ ପଠାନ ଚୌକ୍ରୁ ଯାତ୍ରା ଆରମ୍ଭ ହୋଇ ବୋଲ୍ଭାର୍ଡ ରୋଡ୍ସ୍ଥିତ ନେହେରୁ ପାର୍କ ପର୍ଯ୍ୟନ୍ତ ଯିବ। ସେଠାରେ ରାହୁଲ୍ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ।
Follow Us