ନବଗ୍ରହ ମନ୍ଦିରରେ ମେହବୁବାଙ୍କ ପ୍ରାର୍ଥନା

Advertisment
ନବଗ୍ରହ ମନ୍ଦିରରେ ମେହବୁବାଙ୍କ ପ୍ରାର୍ଥନା

ପୁଞ୍ଚ: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ବୁଧବାର ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାରେ ଥିବା ନବଗ୍ରହ ମନ୍ଦିରରେ ଦର୍ଶନ ଓ ପ୍ରାର୍ଥନା କରିଛନ୍ତି। ମୁଫତି ନବଗ୍ରହ ମନ୍ଦିରରେ ପ୍ରାର୍ଥନା କରୁଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପୂର୍ବତନ ପିଡିପି ନେତାଙ୍କ ପୁଅ ଉଦେଶ ପାଲ ଶର୍ମା କହିଛନ୍ତି, ମୁଫତି ମନ୍ଦିର ଦର୍ଶନ କରିବାକୁ ନେଇ ଆମେ ଖୁସି। ସେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ। ସେ ମନ୍ଦିର ଦର୍ଶନ କଲେ, ପ୍ରାର୍ଥନା କଲେ ଏବଂ ଭଗବାନ୍ ଶିବଙ୍କ ମୁଣ୍ଡରେ ଜଳ ଢାଳିଲେ। ସେ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଏହାଦ୍ବାରା ଜମ୍ମୁ-କାଶ୍ମୀରର ଶାନ୍ତି ଓ ସଦ୍‌ଭାବ କେହି ନଷ୍ଟ କରିପାରିବେ ନାହିଁ ବୋଲି ସେ ବାର୍ତ୍ତା ଦେଇଛନ୍ତି। ଶର୍ମା କହିଛନ୍ତି ଯେ ୨୦୧୭ ନଭେମ୍ବର ମାସରେ ତାଙ୍କ ବାପା ପୂର୍ବତନ ପିଡିପି ନେତା ସ୍ବର୍ଗତ ୟଶପାଲ ଶର୍ମା ଉକ୍ତ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ। ପୁଞ୍ଚ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏହି ମନ୍ଦିର ନିର୍ମାଣରେ ଅବଦାନ ରହିଛି। ତେବେ ମୁଫତିଙ୍କ ନବଗ୍ରହ ମନ୍ଦିର ଦର୍ଶନକୁ ବିଜେପି ‘ରାଜନୈତିକ ଚାଲାକି’ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe