ମେହେବୁବା ମୁଫତିଙ୍କୁ ଝଟକା, ପାସପୋର୍ଟ ମଞ୍ଜୁରୀ ଦେବାକୁ ମନା କଲା ଜମ୍ମୁକାଶ୍ମୀର ପୁଲିସ

Advertisment
ଭାରତୀୟ ସେନା ଉପରେ ମେହେବୁବାଙ୍କ ଗୁରୁତର ଅଭିଯୋଗ... ମସଜିଦରେ ପଶି ଜୟ ଶ୍ରୀରାମ କହିବାକୁ ବାଧ୍ୟ କଲେ

New Indian Express

ଶ୍ରୀନଗର: ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମିଳିପାରିବ ନାହିଁ ଭାରତୀୟ ପାସପୋର୍ଟ | ମେହେବୁବାଙ୍କ ପାସପୋର୍ଟ ନବୀକରଣ କରିବାକୁ ଜମ୍ମୁକାଶ୍ମୀର ପୁଲିସ ମନା କରିଦେଇଛି | କ୍ଷେତ୍ରୀୟ ପାସପୋର୍ଟ କାର୍ଯ୍ୟାଳୟ ପୁଲିସ ଭେରିଫିକେସନ ରିପୋର୍ଟ ନେଗେଟିଭ ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି | ପାସପୋର୍ଟ ଅଧିକାରୀ ମେହେବୁବା ମୁଫତିଙ୍କୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଜମ୍ମୁକାଶ୍ମୀରର ଅପରାଧିକ ଯାଞ୍ଚ ବିଭାଗ ସିଆଇଡି ପାସପୋର୍ଟ ଜାରି କରିବା ବିରୋଧରେ ରିପୋର୍ଟ ଦେଇଛି | ମେହେବୁବାଙ୍କ ପାସପୋର୍ଟର ଅବଧି ମେ ୩୧, ୨୦୧୯ରୁ ସରିଯାଇଛି | ଆଉ ଏଥିପାଇଁ ସେ ବିଦେଶ ଗସ୍ତ କରିପାରୁନାହାନ୍ତି |

ତେବେ ଏ ନେଇ ମେହବୁବା ମୁଫତି ଶ୍ରୀନଗର ହାଇକୋର୍ଟକୁ ଯାଇ, କୋର୍ଟ ନିର୍ଦ୍ଦେଶ ଦେବାକୁ ଅପିଲ କରିଥିଲେ | ତେବେ ଏଥିରୁ କୌଣସି ଫାଇଦା ମିଳିପାରିନାହିଁ | ହାଇକୋର୍ଟ ମେହବୁବା ମୁଫତିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଏହି ମାମଲା ତାଙ୍କ ଅଧୀନରେ ନାହିଁ । ମେହବୁବା ମୁଫତିଙ୍କ ମାମଲାର ଶୁଣାଣି ବେଳେ ଶ୍ରୀନଗର ହାଇକୋର୍ଟର ଜଷ୍ଟିସ ଅଲି ମହମ୍ମଦ ମାଗ୍ରେ କହିଛନ୍ତି ଯେ ପୁଲିସ ଯାଞ୍ଚ ରିପୋର୍ଟକୁ ଆଧାର କରି ପାସପୋର୍ଟ ନବୀକରଣକୁ ବାତିଲ କରାଯାଇଛି ।

ଏପରି ପରିସ୍ଥିତିରେ,କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ | କୋର୍ଟ କହିଛନ୍ତି ଯେ ପାସପୋର୍ଟ ଭଳି ମାମଲାରେ କୋର୍ଟର ଅଧିକାର ସୀମିତ ରହିଛି। ସୂଚନା ଥାଉ କି ମାର୍ଚ୍ଚ ୨୭ ରେ ଶ୍ରୀନଗରର ପାସପୋର୍ଟ କାର୍ଯ୍ୟାଳୟ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇ ଦେଇଛି ଯେ ପାସପୋର୍ଟ ନବୀକରଣ ହୋଇପାରିବ ନାହିଁ। କାରଣ ପୁଲିସ ରିପୋର୍ଟ ଆପଣଙ୍କ ସପକ୍ଷରେ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe