(Photo Credit: PTI)
ଶ୍ରୀନଗର: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ଗୃହବନ୍ଦୀ କରାଯାଇଛି | ମେହବୁବା ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ ସହ କିଛି ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ଘର ସାମ୍ନା ଗେଟରେ ତାଲା ପଡିଥିବା ସହ ସିଆରପିଏଫର ଏକ ଗାଡି ଛିଡା ହୋଇଥିବାର ଦେଖିବାକୁ ମିଳିଛି | ଏହା ସହ ମେହବୁବା ମୁଫତି କାଶ୍ମୀରୀ ପଣ୍ଡିତଙ୍କ ଅବସ୍ଥା ପାଇଁ ମୋଦୀ ସରକାରଙ୍କୁ ପୁଣି ଥରେ ଆକ୍ରମଣ କରିଛନ୍ତି। ମେହବୁବା ମୁଫତି ଏକ ଟୁଇଟ୍ରେ ଲେଖିଛନ୍ତି ଯେ ଭାରତ ସରକାରଙ୍କ କଠୋର ନୀତି ଯୋଗୁଁ ଯେଉଁ କାଶ୍ମୀରୀ ପଣ୍ଡିତମାନେ ପଳାୟନ କରିବାକୁ ପସନ୍ଦ କରିନଥିଲେ ସେମାନଙ୍କୁ ଦୁର୍ଭାଗ୍ୟଜନକ ଭାବେ ଟାର୍ଗେଟ କିଲିଂ କରାଯାଇଛି।
ସରକାର ଆମକୁ ଶତ୍ରୁ ଭାବରେ ଦେଖୁଛନ୍ତି, ଯେଉଁଥିପାଇଁ ମୋତେ ଗୃହବନ୍ଦୀ କରି ରଖାଯାଇଛି। ସେ ଟ୍ୱିଟ କରିଛନ୍ତି ଯେ, ଆଜି ଚୋଟୀଗାମର ସୁନୀଲ କୁମାରଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ମୁଁ ଯାଇଥାନ୍ତି | କିନ୍ତୁ ପ୍ରଶାସନ ମୋର ପ୍ରୟାସକୁ ବିଫଳ କରିଦେଇଛି | ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ମୋତେ ସୁରକ୍ଷା ଦେବା ପାଇଁ ମୋ ଘର ବାହାରେ ତାଲା ପକାଯାଇଛି | ଏହା ପୂର୍ବରୁ ମେହବୁବା ମୁଫତି କଂଗ୍ରେସକୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିର ତଦନ୍ତର ସମ୍ମୁଖୀନ ହେଉଥିବା ଆମ୍ ଆଦମୀ ଦଳର ନେତାଙ୍କ ସମର୍ଥନରେ କଂଗ୍ରେସ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବାରେ ବିଫଳ ହୋଇଛି।
Follow Us