ମେହବୁବାଙ୍କ ପାକିସ୍ତାନ ପ୍ରେମ, କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ କଥା ହେବା ଉଚିତ

Advertisment
ଏତେ ସୁରକ୍ଷା ସତ୍ତ୍ୱେ କିଭଳି ଆତଙ୍କବାଦୀ ଆକ୍ରମଣ ହେଲା, କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ମୁଫତି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଜୁନ୍ ୨୪ ରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଯୋଗଦେବାକୁ ଆଜି ଜମ୍ମୁ ଓ କଶ୍ମୀରର ରାଜନୈତିକ ଦଳମାନଙ୍କ ସଂଗଠନ ଗୁପକର ଆଲାଏନ୍ସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଜି ନାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ବାସଭାବନରେ ଅନୁଷ୍ଠିତ ମେଣ୍ଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବୈଠକ ପରେ ପିଡିପି ମୁଖ୍ୟ ମେହବୁବା ମୁଫତି ପୁଣିଥରେ ପାକିସ୍ତାନ ପ୍ରେମ ଦେଖାଇଛନ୍ତି । ମେହବୁବା କହିଛନ୍ତି ଯେ ସରକାର କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ କଥା ହେବା ଉଚିତ। ମେହବୁବା ମୁଫତି କହିଛନ୍ତି, ସମ୍ବିଧାନ ଦ୍ୱାରା ଆମକୁ ଦିଆଯାଇଥିବା ଅଧିକାର, ଯାହା ଆମଠାରୁ ଛଡ଼ାଇ ନିଆଯାଇଛି, ଏହା ବ୍ୟତୀତ ଜାମ୍ମୁ କାଶ୍ମୀରରେ ମଧ୍ୟ ଏକ ସମସ୍ୟା ରହିଛି।

ସରକାର ଦୋହାରେ ତାଲିବାନ ସହ ଆଲୋଚନା କରୁଛନ୍ତି। ଯଦି ଜାମ୍ମୁ କାଶ୍ମୀରରେ ଶାନ୍ତି ଆଣିବାକୁ ପଡିବ, ତେବେ ସରକାର ପାକିସ୍ତାନ ସହ ମଧ୍ୟ ଆଲୋଚନା କରିବା ଉଚିତ। ପାକିସ୍ତାନ ସହ ଆଲୋଚନା ବିନା ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରିବ ନାହିଁ ବୋଲି ମେହବୁବା ପରୋକ୍ଷରେ ସୂଚାଇ ଦେଇଛନ୍ତି | ଏହା ବ୍ୟତୀତ ମେହବୁବା ମୁଫତି ମଧ୍ୟ କାଶ୍ମୀର ନେତାମାନଙ୍କୁ କେନ୍ଦ୍ର ସରକାର ମୁକ୍ତ କରିବାକୁ ଦାବି କରିଛନ୍ତି।

ସୂଚନା ଥାଉ କି ପ୍ରଧାନମନ୍ତ୍ରୀ କେଉଁ ପ୍ରସଙ୍ଗରେ ଜମ୍ମୁ ଓ କଶ୍ମୀରର ନେତାମାନଙ୍କୁ ଭେଟିବାକୁ ଚାହୁଁଛନ୍ତି ତାହା ଜଣାପଡ଼ିନଥିଲେ ମଧ୍ୟ ପୁଣି ରାଜ୍ୟମାନ୍ୟତା ଫେରାଇବା ନିମନ୍ତେ ଭରସାର ବାତାବରଣ ସୃଷ୍ଟି କରିବା ଏହାର ଲକ୍ଷ୍ୟ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe