Image Courtesy of Business Standard
ନୂଆଦିଲ୍ଲୀ: ପଳାତକ ଭାରତୀୟ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ନିଖୋଜ ହୋଇଯାଇଥିବାରୁ ତାଙ୍କୁ ଖୋଜି ବାହାର କରିବା ଲାଗି ଆଣ୍ଟିଗୁଆ ପୁଲିସ ତଲାସ ଆରମ୍ଭ କରିଥିବା କଥା ମଙ୍ଗଳବାର ପ୍ରତ୍ୟୁଷରେ ତାଙ୍କ ଓକିଲ ବିଜୟ ଅଗ୍ରୱାଲ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଆଣ୍ଟିଗୁଆରେ ଚୋକ୍ସି ଜଣେ ନାଗରିକ ଭାବେ ଆଶ୍ରୟ ନେଇଥିଲେ।
ଆଣ୍ଟିଗୁଆରୁ ପ୍ରାପ୍ତ ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୋମବାର ଦିନ ଚୋକ୍ସି ଆଣ୍ଟିଗୁଆ ଦ୍ବୀପର ଦକ୍ଷିଣ ଭାଗରେ ଥିବା ଗୋଟାଏ ସୁପରିଚିତ ରେସ୍ତୋଁରାକୁ ଡିନର୍ କରିବା ଲାଗି ଯିବା ପରେ ଆଉ ଫେରି ନାହାନ୍ତି।
Image Courtesy of NDTVସନ୍ଧ୍ୟା ବେଳେ ‘ଜଲି ବନ୍ଦର’ରେ ତାଙ୍କ ଗାଡ଼ିର ସନ୍ଧାନ ମିଳିଥିଲା, କିନ୍ତୁ ସେଥିରେ ସେ ନ ଥିଲେ। ଗଣମାଧ୍ୟମକୁ ତାଙ୍କ ଓକିଲ ଅଗ୍ରୱାଲ୍ କହିଛନ୍ତି, ମେହୁଲ୍ ଚୋକ୍ସି ନିଖୋଜ ହୋଇଯାଇଛନ୍ତି। ଚିନ୍ତିତ ଓ ବ୍ୟାକୁଳ ତାଙ୍କ ପରିବାରବର୍ଗ କଥାବାର୍ତ୍ତା କରବାକୁ ମତେ ଡକାଇଥିଲେ। ଆଣ୍ଟିଗୁଆ ପୁଲିସ ଅନୁସନ୍ଧାନ ଚଳାଇଛି। ତାଙ୍କ ଅବସ୍ଥିତି ବିଷୟରେ କୌଣସି ସୂଚନା ନ ପାଇ ପରିବାରବର୍ଗ ତାଙ୍କ ସୁରକ୍ଷା ନିମନ୍ତେ ଚିନ୍ତିତ ଅଛନ୍ତି।
କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଜଡ଼ିତ ‘ରିଟେଲ୍ ଅଳଙ୍କାର’ ପ୍ରତିଷ୍ଠାନ ‘ଗୀତାଞ୍ଜଳି ଗ୍ରୁପ୍’ର ମାଲିକ ତଥା ଭାରତୀୟ ବ୍ୟବସାୟୀ ୬୧ ବର୍ଷିୟ ଚୋକ୍ସିଙ୍କୁ ‘ସିବିଆଇ’ ଓ ‘ଇଡି’ ଖୋଜୁଛନ୍ତି।
Follow Us