ସମ୍ପର୍କ ପାଇଁ ମେହୁଲ ହୋଟେଲ୍‌ ରହଣି ଓ ବିମାନ ଟିକେଟ୍‌ ଯାଚୁଥିଲେ, କିନ୍ତୁ ମୋର ଇଚ୍ଛା ଥିଲା କେବଳ ବନ୍ଧୁତା ପାଇଁ: ବାର୍ବରା ଜାରାବିକା

Advertisment
ସମ୍ପର୍କ ପାଇଁ ମେହୁଲ ହୋଟେଲ୍‌ ରହଣି ଓ ବିମାନ ଟିକେଟ୍‌ ଯାଚୁଥିଲେ, କିନ୍ତୁ ମୋର ଇଚ୍ଛା ଥିଲା କେବଳ ବନ୍ଧୁତା ପାଇଁ: ବାର୍ବରା ଜାରାବିକା

Image Courtesy of India Today

ନୂଆଦିଲ୍ଲୀ: ମେହୁଲ ଚୋକ୍ସିଙ୍କ ଗର୍ଲଫ୍ରେଣ୍ଡ୍‌ ବୋଲି ଗୁଜବ ଉଠିଥିବା ବାର୍ବରା ଜାରାବିକା ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ସମ୍ପର୍କ ସ୍ଥାପନ ନିମନ୍ତେ ହୀରା ସୌଦାଗର ମେହୁଲ୍‌ ଚୋକ୍‌ସି ତାଙ୍କ ପାଇଁ ହୋଟେଲ୍‌ ରହଣି ଏବଂ ବିମାନ ଟିକେଟ୍‌ ବୁକିଙ୍ଗ୍‌ କରିବାକୁ କହୁଥିଲେ। ସେ (ବାର୍ବରା) କିନ୍ତୁ, ତାଙ୍କ ସହ ନିରୋଳା ବନ୍ଧୁତା ଏବଂ ବ୍ୟବସାୟଭିତ୍ତିକ ସମ୍ପର୍କ ରଖିବା ପାଇଁ ଚାହୁଁଥିଲେ।

ମେହୁଲ୍‌ଙ୍କ ସହ କଫି ମିଟିଙ୍ଗ୍, ସାନ୍ଧ୍ୟ ଭ୍ରମଣ ଏବଂ ଡିନର୍‌ ପାଇଁ ଯାଆନ୍ତି ବୋଲି ବାର୍ବରା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସେ ମଧ୍ୟ ମୋ ଆପାର୍ଟମେଣ୍ଟ୍‌କୁ ଆସନ୍ତି। ମୁଁ ସବୁବେଳେ କେବଳ ବନ୍ଧୁତା ଏବଂ ବ୍ୟବସାୟରେ ମଧ୍ୟରେ ସମ୍ପର୍କ ସୀମିତ ରଖିବାକୁ ଚାହୁଁଥିଲି। କିନ୍ତୁ, ସେ ମୋତେ ହୋଟେଲ୍ ରହଣି ପାଇଁ ବୁକିଙ୍ଗ୍‌ ଏବଂ ବିମାନ ଟିକେଟ୍‌ ଯାଚୁଥିଲେ। କିନ୍ତୁ, ପ୍ରତ୍ୟାଶା ଆଶଙ୍କା ଥିବା ଏବଂ ପରେ ସେ (ମେହୁଲ୍‌) ସମ୍ପର୍କକୁ ଭୁଲ୍‌ ବୁଝିବେ ଜାଣି ମୁଁ ତାଙ୍କ ପ୍ରସ୍ତାବ ଅଗ୍ରାହ୍ୟ କରିଥି‌ଲି।

publive-image Image Courtesy of Jsnewstimes

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ବ୍ୟବସାୟ ଘର ସଂକ୍ରାନ୍ତ କାମ ବୋଲି ଜାଣି ସେ ମେ ମାସରେ ମୋତେ କିଛି କାମ ଦେବାରୁ ପରିସ୍ଥିତି ବଦଳି ଗଲା। ଆଣ୍ଟିଗୁଆରେ ସେ ବୁଟି ହୋଟେଲ୍‌ ଓ କ୍ଲବ୍‌ ସ୍ଥାପନ କରିବାକୁ ଚାହିଁଲେ ଏବଂ ଏଥିପାଇଁ ପାଣ୍ଠି ଯୋଗାଇ ଦେବେ ବୋଲି ମଧ୍ୟ କହିଲେ। ଏମିତି ସେ ଉକ୍ତ ବ୍ୟବସାୟ ପ୍ରତି ମୋତେ ଆଗ୍ରହୀ କରାଇଲେ।

ତାଙ୍କ ନାଁ ରାଜ୍‌ ବୋଲି କହି ଦେଇ ମେହୁଲ୍‌ ବାର୍ବରାଙ୍କ ପାଖକୁ ହ୍ବାଟ୍‌ସ୍‌ଆପ୍‌ ଏବଂ ସିଗ୍‌ନାଲ୍‌ ଭଳି ଆଞ୍ଚଳିକ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମଦ୍ବାରା ବିଭିନ୍ନ ନମ୍ବରରୁ ମେସେଜ୍ ପଠାଉଥିଲେ ବୋଲି ବାର୍ବରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe