Image Courtesy of Free Press Journal
ନୂଆଦିଲ୍ଲୀ: ମେହୁଲ ଚୋକ୍ସି ଭୁଲ୍ କରି ପକାଇଲେ। ଆମେ ପାଇଥିବା ସୂଚନା ଅନୁସାରେ, ଗର୍ଲଫ୍ରେଣ୍ଡ୍ଙ୍କ ସହ ଡୋମିନିକା ଭ୍ରମଣ କରିବାକୁ ଯାଇ ଚୋକ୍ସି ଧରାପଡ଼ିଛନ୍ତି। ଅଗତ୍ୟା ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ। ରବିବାର ଦିନ ଏକ ସାକ୍ଷାତ୍କାର ସମୟରେ ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗ୍ୟାସ୍ଷ୍ଟନ୍ ବ୍ରାଉନି ଏପରି କହିଛନ୍ତି ବୋଲି ‘ନିଉଜ୍ ରୁମ୍’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ କ୍ୟାରିବିୟାନ୍ ଦେଶ ଆଣ୍ଟିଗୁଆ ଓ ବାରଗୁଡାରୁ ରହସ୍ୟମୟ ଭାବେ ନିରୁଦ୍ଦେଶ ହୋଇଯିବା ପରେ ମେହୁଲ ମେ ୨୬ ତାରିଖରେ ଡୋମିନାକା ପୁଲିସଦ୍ବାରା ଧରାପଡ଼ିଥିଲେ। କିନ୍ତୁ, ମେ ୨୩ ତାରିଖ ଦିନ ତାଙ୍କୁ ଅପହରଣ କରି ନିଆଯାଇଥିବା କଥା ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ର ୧୩,୦୦୦ କୋଟି ଟଙ୍କା ଦୁର୍ନୀତିର ମାଷ୍ଟର୍ମାଇଣ୍ଡ୍ ଚୋକ୍ସି ଓକିଲଙ୍କ ମାଧ୍ୟମରେ ଦାବି କରିଛନ୍ତି। ଭାରତ ସହ ସଂଶ୍ଳୀଷ୍ଟ ଲୋକେ ଆଣ୍ଟିଗୁଆ ଅଧିକାରୀମାନଙ୍କ ସହଯୋଗରେ ତାଙ୍କୁ ଅପହରଣ କରି ନେଇଥିଲେ।
Image Courtesy of The Economic Timesତାଙ୍କୁ ମାରଧର କରି ନିର୍ଯାତନ ଦେବା ପରେ ଗୋଟାଏ ନୌକାରେ ଡୋମିନିକା ନିଆଯାଇ ଗିରଫ କରାଯାଇଥିବା କଥା ଚୋକ୍ସିଙ୍କ ଓକିଲ ଦାବି କରିଛନ୍ତି।
ଏହାଛଡ଼ା, ଗତକାଲି ପ୍ରଧାନମନ୍ତ୍ରୀ ବ୍ରାଉନି ମଧ୍ୟ କହିଥିଲେ ଯେ, ପଳାତକ ହୀରା ସୌଦାଗର ଚୋକ୍ସିଙ୍କ ପ୍ରତ୍ୟର୍ପଣ ସଂକ୍ରାନ୍ତ ଦଲିଲ ସହ ଡୋମିନିକାର ଡଗ୍ଲାସ୍-ଚାର୍ଲସ୍ ବିମାନ ବନ୍ଦରକୁ ଭାରତ ଗୋଟାଏ ଘରୋଇ ଜେଟ୍ ପ୍ରେରଣ କରିଛି। କିନ୍ତୁ, ଭାରତୀୟ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।
Follow Us