ମେହୁଲ ଚୋକ୍‌ସି ପ୍ରତ୍ୟର୍ପଣ ଉପରେ ରହିତାଦେଶ ଜାରି କଲେ ଡୋମିନିକା ଅଦାଲତ

Advertisment
ମୋତେ ଏକ ରାଜନୈତିକ ଫୁଟବଲ ଭାବେ ବ୍ୟବହାର କରାଯାଉଛି

Image Courtesy of Zee News

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଓକିଲ ଟିମ୍‌ ‘ହେବିୟସ୍ କର୍ପସ୍‌ ପିଟିସନ୍’ ଦାଏର କରିବାରୁ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବା ଯୋଜନା ଉପରେ ଡୋମିନିକାର ଏକ ଅଦାଲତ ରହିତାଦେଶ ଜାରି କରିଛନ୍ତି। ଆଇନଗତ ଅଧିକାରରୁ ବଞ୍ଚିତ କରାଯିବା ସହ ଓକିଲମାନଙ୍କୁ ଭେଟିବା ଲାଗି ତାଙ୍କୁ ସୁଯୋଗ ଦିଆଯାଇ ନାହିଁ ବୋଲି ଉକ୍ତ ପିଟିସନ୍‌ରେ ଉଲ୍ଲେଖ ଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ଆଜି ପୂର୍ବାହ୍ନ ୯ଟା ବେଳେ ଏହି ମାମଲାର ଶୁଣାଣି କରାଯିବ।

ଡୋମିନିକାର କାର୍ଯ୍ୟ ନିର୍ବାହୀ ପୁଲିସ ମୁଖ୍ୟ ଲିଙ୍କନ୍‌ କୋର୍ବେଟ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ର କୋଟି କୋଟି ଟଙ୍କା ଦୁର୍ନୀତିରେ ଜଡ଼ିତ ପଳାତକ ବ୍ୟବସାୟୀ ଚୋକ୍‌ସିଙ୍କୁ ଭାରତ ଖୋଜୁଛି। କିନ୍ତୁ, ତାଙ୍କୁ ଭାରତ ପଠା ନ ଯାଇ ସମ୍ପ୍ରତି ଆଣ୍ଟିଗୁଆକୁ ପଠାଯିବ।

publive-image Image Courtesy of India Today

ଏବେ ଚୋକ୍‌ସି ଡୋମିନିକା ପୁଲିସ ହାଜତରେ ଅଛନ୍ତି ଏବଂ ତାଙ୍କ ସମ୍ପର୍କରେ ତଦନ୍ତ ଚାଲିଥିବା କଥା ଡୋମିନିକା ପୁଲିସ କହିଛି।

ଚୋକ୍‌ସିଙ୍କ ଡୋମିନିକା ଓକିଲ ୱେନ୍‌ ମା‌ର୍ସି କହିଛନ୍ତି, ‘ହେଭିୟସ୍‌ କର୍ପସ୍‌ ପିଟିସନ୍’ ବଳରେ ଗିରଫ ବ୍ୟକ୍ତିଙ୍କୁ ବିଚାରପତିଙ୍କ ସାମ୍ନାରେ ହାଜର କରାଇବାକୁ ପଡ଼ିବ। ସେତେବେଳେ ଗିରଫଦାରିର ଆଇନଗତ କାରଣ ଦର୍ଶାଇ ନ ପାରିଲେ ଅଦାଲତ ତାଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଇ ପାରିବେ। ଏହାଛଡ଼ା, ତାଙ୍କୁ ଭୀଷଣ ମାଡ଼ ଦିଆଯାଇଛି ବୋଲି ମୋର ମନେହୁଏ। ତାଙ୍କ ଆଖି ଫୁଲିଯାଇଛି ଓ ଦେହରେ କେତୋଟି ଚେଙ୍କ ଦାଗ ପଡ଼ିଛି।

ଭାରତରେ ଥିବା ଚୋକ୍‌ସିଙ୍କ ଓକିଲ ବିଜୟ ଅଗ୍ରୱାଲ୍‌ କହିଛନ୍ତି ଯେ, କେତେକ ବ୍ୟକ୍ତି ଚୋକ୍‌ସିଙ୍କୁ ‘ଜଲି ହାର୍ବର୍‌’ରୁ ଉଠାଇ ନେଇଥିଲେ। ପରେ ପୁଣି ତାଙ୍କୁ ଡୋମିନିକା ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe