ପୂର୍ବତନ ସହଯୋଗୀମାନଙ୍କ ଦାବି: ହ୍ବାଇଟ୍‌ ହାଉସ୍‌ ଛାଡ଼ିବା କ୍ଷଣି ଟ୍ରମ୍ପ୍‌ଙ୍କୁ ଛାଡ଼ପତ୍ର ଦେବେ ମେଲାନିଆ

Advertisment
ପୂର୍ବତନ ସହଯୋଗୀମାନଙ୍କ ଦାବି: ହ୍ବାଇଟ୍‌ ହାଉସ୍‌ ଛାଡ଼ିବା କ୍ଷଣି ଟ୍ରମ୍ପ୍‌ଙ୍କୁ ଛାଡ଼ପତ୍ର ଦେବେ ମେଲାନିଆ

Image Courtesy of Business Today

ନୂଆଦିଲ୍ଲୀ: ପନ୍ଦର ବର୍ଷର ‘ଟ୍ରାନ୍‌ଜାକ୍ସନାଲ୍‌ ମ୍ୟାରେଜ୍‌’  ବା ‘ଆବଶ୍ୟକତା ପୂରଣ ବିବାହ’ର ପରିସମାପ୍ତି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ପତ୍ନୀ ମେଲାନିଆ ଯୋଜନା କରୁଛନ୍ତି। ସେଥିପାଇଁ ସେ ଡୋନାଲ୍‌ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ବୋଲି ମେଲାନିଆଙ୍କର ଜଣେ ପୂର୍ବତନ ସହଯୋଗୀ ଦାବି କରିଛନ୍ତି।

ହ୍ବାଇଟ୍‌ ହାଉସ୍‌ର ଏହି ପୂର୍ବତନ ସହଯୋଗୀଜଣକ କହିଛନ୍ତି ଯେ, ଦମ୍ପତିଙ୍କର ୧୫ ବର୍ଷିଆ ବିବାହର ପରିସମାପ୍ତି ଘଟିଛି। ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବା କ୍ଷଣି ସେ ଛାଡ଼ପତ୍ର ଦେବେ ବୋଲି ଅପେକ୍ଷା କରିଛନ୍ତି।

‘ହ୍ବାଇଟ୍‌ ହାଉସ୍‌ ଅଫିସ୍‌ ଅଫ୍ ପବ୍ଲିକ୍ ଲିଆଇସନ୍’ର ପୂର୍ବତନ ‘କମ୍ୟୁନିକେସନ୍‌’ ନିର୍ଦେଶକ ଓମାରୋସା ମ୍ୟାନିଗଲଟ୍‌ ନିଉମ୍ୟାନ୍‌ କହିଛନ୍ତି, ଟ୍ରମ୍ପ୍‌ କ୍ଷମତାରେ ଥିବା ବେଳେ ମେଲାନିଆ ଛାଡ଼ପତ୍ର ନ ଦେବାର ବି କାରଣ ଅଛି। କ୍ଷମତାରେ ଥିବା ବେଳେ ମେଲାନିଆ ତାଙ୍କୁ ଛାଡ଼ି ଚାଲିଯିବା ଭଳି ଚରମ ଅପମାନଜନକ ପଦକ୍ଷେପ ନେଲେ ଟ୍ରମ୍ପ୍‌ ତାଙ୍କୁ ଦଣ୍ଡ ଦେବାର ଉପାୟ ପାଇଯିବେ।

ଟ୍ରମ୍ପ୍‌ଙ୍କ ସହ ସର୍ବସାଧାରଣରେ କଳହ ହେବା କାରଣରୁ ୨୦୧୭ ଡିସେମ୍ବରରେ ନିଉମ୍ୟାନ୍ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଇଥିଲେ।

ମେଲାନିଆଙ୍କର ଜଣେ ବାନ୍ଧବୀ କହିଛନ୍ତି ଯେ, ୨୦୧୬ରେ ଟ୍ରମ୍ପ୍‌ ନିର୍ବାଚନ ଜିତିବାରୁ ମେଲାନିଆ କାନ୍ଦି ପକାଇଥିଲେ। ସେ ଜିତିବେ ବୋଲି ମେଲାନିଆ କଦାପି ଆଶା କରି ନ ଥିଲେ। ସେଥିପାଇଁ ସେ ଦୀର୍ଘ ପାଞ୍ଚ ମାସ ପରେ ଯାଇ ନ୍ୟୁୟର୍କରୁ ୱାସିଂଟନ୍ ଯାଇଥିଲେ। ସେମାନଙ୍କ ପୁଅ ବ୍ୟାରୋନ୍‌ର ସ୍କୁଲ୍‌ ପଢ଼ା ଚାଲିଛି ବୋଲି ବାହାନା କରିଥିଲେ।

publive-image Image Courtesy of News 18

ଆମେରିକୀୟ ଫେସନ୍‌ ଏବଂ ମନୋରଞ୍ଜନ କାର୍ଯ୍ୟନିର୍ବାହୀ ତଥା ମେଲାନିଆଙ୍କର ପୂର୍ବତନ ବରିଷ୍ଠ ପରାମର୍ଶଦାତା ଷ୍ଟେଫ୍‌ନି ୱଲ୍‌କୋଫ୍‌ କହିଛନ୍ତି ଯେ, ଟ୍ରମ୍ପ୍‌ ନିଜ ସମ୍ପତ୍ତିରୁ ବ୍ୟାରୋନ୍‌କୁ ସମାନ ବାଣ୍ଟ ‌ଦେବା ଲାଗି ବିବାହ ପରେ ମେଲାନିଆ ତାଙ୍କ ସହ ରାଜିନାମା କରିଥିଲେ। ୱଲ୍‌କୋଫ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ ଦମ୍ପତିଙ୍କର ପୃଥକ୍ ଶୟନକକ୍ଷ ଅଛି ଏବଂ ସେମାନଙ୍କର ‘ଆବଶ୍ୟକତା ପୂରଣ ବିବାହ’ ହୋଇଥିଲା।

ଅନେକ ଗୁଜବ ଓ ସର୍ବସାଧାରଣରେ ତିକ୍ତ ପରିସ୍ଥିତି ସତ୍ତ୍ବେ ମେଲାନିଆ ଦାବି କରନ୍ତି ଯେ ସ୍ବାମୀଙ୍କ ସହ ତାଙ୍କର ସମ୍ପର୍କ ଖୁବ୍‌ ନିବିଡ଼। ଡୋନାଲ୍‌ ଟ୍ରମ୍ପ୍‌ ମଧ୍ୟ ଦୃଢ଼ୋକ୍ତି କରନ୍ତି ଯେ, ସେମା‌ନେ କେବେ କଜିଆ କରନ୍ତି ନାହିଁ।

ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ନିନ୍ଦା ହେବା ଭଳି କୌଣସି ପୁସ୍ତକ ପ୍ରକାଶ କିଂବା ସାକ୍ଷାତ୍‌କାର କରି ପାରିବେ ନାହିଁ ବୋଲି ଦ୍ବିତୀୟ ପତ୍ନୀ ମାର୍ଲା ମ୍ୟାପ୍‌ଲ୍‌ସ୍‌ଙ୍କ ସହ ଟ୍ରମ୍ପ୍‌ଙ୍କର ବୈବାହିକ ରାଜିନାମା ହୋଇଥିଲା। ମେଲାନିଆ ମଧ୍ୟ ଉକ୍ତ ‘ମୌନ ଆଚରଣବିଧି’ ପ୍ରତି ସମ୍ମତ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe