Advertisment

ଘନେଇଲା ଏସ୍କାଲେଟର ବନ୍ଦ ହେବା ବିବାଦ, ତଦନ୍ତ ଦାବି କଲା ହ୍ବାଇଟ୍ ହାଉସ୍

Advertisment

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ପାଦ ଦେବା ମାତ୍ରେ ହଠାତ୍ ଏସ୍କାଲେଟର ବନ୍ଦ ହୋଇଯାଇଥିଲା। ଯାହାକୁ ଛୋଟ ଘଟଣା ବୋଲି ଭାବୁଥିଲେ ଲୋକେ, ତାହା ଏବେ ବଡ଼ କୂଟନୈତିକ ବିବାଦରେ ପରିଣତ ହୋଇଛି। 

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ପାଦ ଦେବା ମାତ୍ରେ ହଠାତ୍ ଏସ୍କାଲେଟର ବନ୍ଦ ହୋଇଯାଇଥିଲା। ଯାହାକୁ ଛୋଟ ଘଟଣା ବୋଲି ଭାବୁଥିଲେ ଲୋକେ, ତାହା ଏବେ ବଡ଼ କୂଟନୈତିକ ବିବାଦରେ ପରିଣତ ହୋଇଛି। 

New Project (2)

ନୂଆଦିଲ୍ଲୀ: ଯାହାକୁ ଛୋଟ ଘଟଣା ବୋଲି ଭାବୁଥିଲେ ଲୋକେ, ତାହା ଏବେ ବଡ଼ କୂଟନୈତିକ ବିବାଦରେ ପରିଣତ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ପାଦ ଦେବା ମାତ୍ରେ ହଠାତ୍ ଏସ୍କାଲେଟର ବନ୍ଦ ହୋଇଯାଇଥିଲା। ପ୍ରଥମେ ଏହା ଏକ ଛୋଟ ଘଟଣା ବୋଲି କୁହାଯାଉଥିଲା। ହେଲେ ଏବେ କାହିଁକି ଏସ୍କାଲେଟର ଅଟକିଗଲା ତାହାର ତଦନ୍ତ ପାଇଁ ହ୍ୱାଇଟ୍ ହାଉସ୍ ଦାବି କରିଛି। ଏହି ଦାବି ପରେ ଜାତିସଂଘରେ ଘଟିଥିବା ଏକ ଛୋଟ ଘଟଣା ଏବେ ଏକ କୂଟନୈତିକ ବିବାଦରେ ପରିଣତ ହୋଇଛି।

ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ଏହି ଘଟଣାକୁ "ଅଗ୍ରହଣୀୟ" ବୋଲି କହି ଏହା ଏକ ନିର୍ଦ୍ଦୋଷ ତ୍ରୁଟି ହୋଇନପାରେ ବୋଲି କହିଛନ୍ତି। "ଯଦି ଜାତିସଂଘରେ କେହି ରାଷ୍ଟ୍ରପତି ଏବଂ ପ୍ରଥମ ମହିଳା ପାଦ ଦେବା ସମୟରେ ଜାଣିଶୁଣି ଏସ୍କାଲେଟରକୁ ବନ୍ଦ କରିଦେଇଥିଲେ, ତେବେ ତାଙ୍କୁ ବହିଷ୍କାର କରାଯାଇ ତୁରନ୍ତ ତଦନ୍ତ କରାଯିବା ଆବଶ୍ୟକ" ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି ଲିଭିଟ୍।

ଟ୍ରମ୍ପ ଆସିବା ପରେ ଜାତିସଂଘର କର୍ମଚାରୀମାନେ ମଜାରେ ଏସ୍କେଲେଟର ଏବଂ ଲିଫ୍ଟ ବନ୍ଦ କରିବେ ବୋଲି ନିଷ୍ପତ୍ତି ନେଇସାରିଥିବା ନେଇ 'ଦି ଟାଇମ୍ସ'ରେ ଏକ ରିପୋର୍ଟ ପ୍ରକାଶିତ ହେବା ପରେ ହ୍ବାଇଟ୍ ହାଉସ୍ ତଦନ୍ତ କରିବାକୁ ଦାବି କରିଛି। ଜାତିସଂଘର କର୍ମଚାରୀମାନେ ଏଭଳି କରି ଟ୍ରମ୍ପଙ୍କୁ କହିବାକୁ ଚାହୁଁଥିଲେ ଯେ, ଜାତିସଂଘ ପାଖରେ ଟଙ୍କା ସରି ଆସିଲାଣି।

ଏହି ଘଟଣା ପରେ ଟ୍ରମ୍ପ କହିଥିଲେ, "ମୁଁ ୭ଟି ଯୁଦ୍ଧ ସମାପ୍ତ କରିଛି। ପ୍ରତ୍ୟେକ ଦେଶର ନେତାଙ୍କ ସହ ଆଲୋଚନା କରିଛି। ଏତେ ସବୁ ପରେ ବି ଜାତିସଂଘରୁ କେବେ ମୋତେ ଫୋନ୍ କଲ୍ ମଧ୍ୟ ଆସିନାହିଁ। ଏତେ ସବୁ ପରେ ବି ଜାତିସଂଘରେ ମୋତେ ବନ୍ଦ ଏସ୍କେଲେଟର୍ ଦିଆଗଲା। ଯଦି ପ୍ରଥମ ମହିଳା ବା ମୁଁ ଫିଟ୍ ନଥାନ୍ତୁ ତେବେ ଆମେ ତଳେ ପଡ଼ିଯାଇଥାନ୍ତୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe