Image Courtesy of India Today
ୱାସିଂଟନ୍: ମଙ୍ଗଳବାର ରାତିରେ ‘ଗୋଲାପ ବାଗାନ’ ସଭାରେ ଫାଷ୍ଟ୍ ଲେଡି ମେଲାନିଆ ସ୍ବାମୀ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କୁ ଆମେରିକା ଓ ଆମେରିକୀୟମାନଙ୍କର ସର୍ବୋତ୍ତମ ଆଶା ବୋଲି କହିଛନ୍ତି। ଏହାଥିଲା ‘ରିପବ୍ଲିକାନ୍ ନ୍ୟାସ୍ନାଲ୍ କନ୍ଭେନ୍ସନ୍’ର କ୍ଷୁଦ୍ର ସମାବେଶର ଦ୍ବିତୀୟ ରଜନୀ। ପୁନଃନିର୍ବାଚିତ ହେବା ଆଶାରେ ପ୍ରଚାର ନିମନ୍ତେ ରାଷ୍ଟ୍ରପତି ଟ୍ରମ୍ପ୍ ନିଜ ପରିବାର, କୃଷକ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଉଛନ୍ତି।
କୋଭିଡ୍-୧୯ ଦ୍ବାରା ପ୍ରଭାବିତ ପରିବାରମାନଙ୍କ ପ୍ରତି ସମବେଦନା ବ୍ୟକ୍ତ କରି ମେଲାନିଆ କହିଲେ, ଏକ ‘ଅଦୃଶ୍ୟ ଶସ୍ତ୍ରୁ’ ଆମେରିକାକୁ ଆହ୍ବାନ ଦେଇଛି କିନ୍ତୁ, ତା’ର ନାଗରିକମାନଙ୍କୁ ଏକତ୍ର କରିଛି। ଏଭଳି ଏକ ଅସ୍ବାଭାବିକ ଏବଂ ଭୟାବହ ପରିସ୍ଥିତିରେ ଆମେରିକୀୟମାନେ ଯେଭଳି ଏକତ୍ର ହୋଇଛନ୍ତି ତାହା ତାଙ୍କ ହୃଦୟକୁ ସ୍ପର୍ଶ କରିଛି। ‘ଅଦୃଶ୍ୟ ଶତ୍ରୁ’ର ବିନାଶ ନିମନ୍ତେ ଯାହା ସବୁ ଆବଶ୍ୟକ ତାହା ନ କରିବାଯାଏଁ ସେ ବିଶ୍ରାମ ନେବେ ନାହିଁ ବୋଲି ସ୍ବାମୀ ଟ୍ରମ୍ପ୍ଙ୍କ କଥା ଉଠାଇ ମେଲାନିଆ କହିଲେ।
Image Courtesy of Firstpostମୋ ସ୍ବାମୀ, ଯାହାଙ୍କ ଭିତରେ ଆପଣମାନେ ରାଷ୍ଟ୍ରପତିଙ୍କୁ ଦେଖୁଛନ୍ତି ସେ ଆପଣ ଓ ଆପଣମାନଙ୍କ ପରିବାରବର୍ଗଙ୍କୁ ନିମନ୍ତେ ସଂଗ୍ରାମ ବନ୍ଦ କରିବେ ନାହିଁ। ହାର ମାନିବେ ନାହିଁ।
ଏହି ସଭାରେ ମେଲାନିଆ ଟ୍ରମ୍ପ୍ ଏବଂ ତାଙ୍କ ପାଞ୍ଚ ପିଲାଙ୍କ ମଧ୍ୟରୁ ଦୁଇଜଣ ବିଭିନ୍ନ ବର୍ଗର ସମର୍ଥକମାନଙ୍କ ନେତୃତ୍ବ ନେଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟାଙ୍କ୍ ଡକାୟତ ମଧ୍ୟ ଥିଲେ।
Follow Us