ନୂଆଦିଲ୍ଲୀ: ଭାରତବାସୀଙ୍କ ମନ‌ରେ ଏବେ 'ମୋନ୍ଥା'ର ଭୟ ରହିଥିବା ବେଳେ, ପ୍ରାୟ ୧୫ହଜାର କିଲୋମିଟର ଦୂରରେ ଥିବା କାରିବିଆନ୍ ଦେଶ ଜମାଇକାରେ ଘୂର୍ଣ୍ଣିବାତ୍ୟା(Hurricane) 'ମେଲିସା' ତାଣ୍ଡବ ରଚିବାକୁ ଯାଉଛି। ଏହାକୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ Hurricane ବୋଲି କୁହାଯାଉଛି। ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ, ମେଲିସା ଏକ ବିନାଶକାରୀ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ। ମେଲିସାକୁ ପାଣିପାଗ ବିଶେଷଜ୍ଞମାନେ ବର୍ଗ-୫ରେ ରଖିଛନ୍ତି। କୁହାଯାଉଛି ଯେ, 'ମେଲିସା' ସ୍ଥଳଭାଗର ନିକଟତର ହେବା ବେଳେ ବିପଜ୍ଜନକ ସମୁଦ୍ର ତରଙ୍ଗ ସୃଷ୍ଟି ହେବା ସହ ପ୍ରବଳ ପବନ ବହିବ। ପବନର ବେଗ ଘଣ୍ଟା ପ୍ରତି ୨୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବ। ଏହି ଘୂର୍ଣ୍ଣିବାତ୍ୟା ପାଇଁ ଲଗାଣ ବର୍ଷା ମଧ୍ୟ ହୋଇପାରେ।

Advertisment

୪ଜଣଙ୍କ ଜୀବନ ନେଇସାରିଲାଣି 'ମେଲିସା'

ଜମାଇକାରେ ପହଞ୍ଚିବା ପୂର୍ବରୁ, 'ମେଲିସା' ହାଇତି ଏବଂ ଡୋମିନିକାନ୍‌ରେ ତାଣ୍ଡବ ରଚିଥିବା ଜଣାଯାଇଛି।ଶନିବାର ଅପରାହ୍ନରେ 'ମେଲିସା' ଉଭୟ ଦେଶରେ ଅତି କମରେ ଚାରି ଜଣଙ୍କର ଜୀବନ ନେଇଥିଲା। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, 'ମେଲିସା' ଏହି ସପ୍ତାହ ଆରମ୍ଭ ସୁଦ୍ଧା ପଶ୍ଚିମ କାରିବିଆନ୍‌ର କିଛି ଅଂଶ ଦେଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏବେ ସୂଚନା ମିଳୁଛି ଯେ, ଏହି ଘୂର୍ଣ୍ଣିବାତ୍ୟା ଜମାଇକାରେ ଲ୍ୟାଣ୍ଡଫଲ୍ କରିବ।

ଜମାଇକା ଇତିହାସର ସବୁଠାରୁ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା

ଏହି ଦ୍ୱୀପ ରାଷ୍ଟ୍ର ଗତ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏଭଳି କୌଣସି ଘୂର୍ଣ୍ଣିବାତ୍ୟାର ସିଧାସଳଖ ଶିକାର ହୋଇନାହିଁ ଏବଂ ଇତିହାସରେ ରେକର୍ଡ ହୋଇଥିବା ବର୍ଗ ୪ଠାରୁ ଅଧିକ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା ଦ୍ବାରା କେବେ ବି ପ୍ରଭାବିତ ହୋଇନାହିଁ। ମେଲିସା ସ୍ଥଳଭାଗ ଛୁଇଁବା ପୂର୍ବରୁ ଜମାଇକାର ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। 

ଭାଙ୍ଗିପାରେ ଘର, ହୋଇପାରେ ଭୂସ୍ଖଳନ

National Hurricane Center ଚେତାଇ ଦେଇଛି ଯେ, ମେଲିସା ପ୍ରଭାବରେ ହଠାତ୍ ବନ୍ୟା ଆସିବା ସହ ଅନେକସ୍ଥାନରେ ଭୂସ୍ଖଳନ ହେବ। ପନବର ବେଗ ଅନେକ ବଡ଼ ବଡ଼ କୋଠାକୁ ଭାଙ୍ଗିବାକୁ ସକ୍ଷମ ହେବ। ଏଥିପ୍ରତି ସତର୍କ ନରହିଲେ ଅନେକ ଜୀବନହାନି ଘଟିପାରେ। ସମୁଦ୍ରରେ ଉଠିବାକୁ ଥିବା ତରଙ୍ଗ ପ୍ରତି ମଧ୍ୟ ସତର୍କ ରହିବାକୁ ହେବ। ସମୁଦ୍ର କୁଳିଆ ଅଞ୍ଚଳରେ ରହୁଥିବା ଲୋକେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଭଲ।

ଆହୁରି ପଢ଼ନ୍ତୁ: BJP MLA falls into river: ନଦୀ ସଫା ରଖିବାକୁ ସଚେତନ କରୁଥିବା ବେଳେ ଖସିଲା ଗୋଡ଼, ପାଣିରେ ଯାଇ ପଡ଼ିଲେ ବିଧାୟକ

ଆହୁରି ପଢ଼ନ୍ତୁ: Naveen Patnaik's request: ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା: ନବୀନ ପଟ୍ଟନାୟକ