ଭୁବନେଶ୍ବର: ଭୟ ନକରି ସତର୍କ ରୁହନ୍ତୁ। ଆମେ ଏକାଠି ବାତ୍ୟାର ମୁକାବିଲା କରିବା। ବାତ୍ୟା 'ମୋନ୍ଥା'ର ଲ୍ୟାଣ୍ଡଫଲ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମନୋବଳ ବଢ଼ାଇଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ବାତ୍ୟା 'ମୋନ୍ଥା'ର ପ୍ରଭାବରେ ଏବେ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ବାତ୍ୟାର ଲ୍ୟାଣ୍ଡଫଲ୍ ଥିବା ବେଳେ ଏନେଇ ଓଡ଼ିଶା ସରକାର ସତର୍କ ରହିଛନ୍ତି। ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଏମଧ୍ୟରେ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।
ଭୟ କରନ୍ତୁ ନାହିଁ: ନବୀନ ପଟ୍ଟନାୟକ
ଭିଡିଓରେ ସେ କହିଛନ୍ତି ଯେ, ପ୍ରିୟ ଭାଇ ଓ ଭଉଣୀମାନେ। ସମସ୍ତଙ୍କୁ ନମସ୍କାର। ଆପଣ ଜାଣନ୍ତି ବାତ୍ୟା 'ମୋନ୍ଥା' ଆସୁଛି। ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ପ୍ରଶାସନକୁ ପୁରା ସହଯୋଗ କରନ୍ତୁ। ଆମର ଦଳର ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଯେ, ସେମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ। ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯ୍ୟୟର ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା। ଧନ୍ୟବାଦ ।ବନ୍ଦେ ଉତ୍କଳ ଜନନୀ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାତ୍ୟା ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ସେ କହିଛନ୍ତି ଯେ, ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ। ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ। ଓଡ଼ିଶାରେ ୨ ହଜାର ୪୮ଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି। ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୩୦ ହଜାର ୫୫୪ ଜଣଙ୍କୁ ନେବା ପାଇଁ ଚିହ୍ନଟ କରାଯାଇଛି। ୧ ହଜାର ୮୭୧ ଜଣ ଗର୍ଭବତୀ ସ୍ଥାନାନ୍ତରିତ ହୋଇଛନ୍ତି। ୮୨୨ଜଣଙ୍କୁ ସ୍ଥାନାନ୍ତର କରାଯିବ। ୨ ହଜାର ୬୯୩ ଗର୍ଭବତୀ ହେବେ ସ୍ଥାନାନ୍ତର। ବିଦ୍ୟୁତ ଓ ପାଣି ପାଇଁ ୩୯ଟି ଓଡ୍ରାଫ, ୧୨୩ଟି ଅଗ୍ନିଶମ, ୫ଟି ଏନଡିଆରଏଫ୍ ମୁତୟନ ହୋଇଛନ୍ତି। ପର୍ଯ୍ୟଟକମାନଙ୍କୁ ଗୋପାଳପୁର, ମହେନ୍ଦ୍ରଗିରି,ଦେଓମାଳୀ ନ ଯିବା ପାଇଁ ସୂଚନା ଦିଆଯାଇଛି। ସ୍କୁଲ ଓ ଅଙ୍ଗନବାଡ଼ି ୩୦ ତାରିଖ ଯାଏଁ ବନ୍ଦ ଅଛି, ଆବଶ୍ୟକ ହେଲେ ଛୁଟି ବଢାଯିବ।
ଆହୁରି ପଢ଼ନ୍ତୁ: Cyclone Montha: 'ମୋନ୍ଥା'ର ପ୍ରଭାବରେ କଲବଲ କଲାଣି ବର୍ଷା, ସୁରକ୍ଷିତ ସ୍ଥାନକୁ ଗଲେ ଏହି ୪ଜିଲ୍ଲାରେ ୫୭୬ଗର୍ଭବତୀ ମହିଳା
ଆହୁରି ପଢ଼ନ୍ତୁ: 3 Arrested Murder At Deogaon: ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା: ବନ୍ଧା ହେଲେ ୩ ଅଭିଯୁକ୍ତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/28/naveen-2025-10-28-13-08-24.jpg)