ଦେଓଗାଁ: ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଦେଓଗାଁ ପୁଲିସ। ଦେଓଗାଁ ଥାନା ବନ୍ଧପଡ଼ା ଓ ଡଙ୍ଗରପଡ଼ା ଗାଁର ୩ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

Advertisment

ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସାଙ୍ଗକୁ ବିୟର ବୋତଲରେ ପିଟିପିଟି ହତ୍ୟା କରିଥିଲେ ସାଙ୍ଗ। 

୪ ଯୁବକ ଅଟକ

ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା କରିଛନ୍ତି ନିଶାସକ୍ତ ଯୁବକ। ସାଙ୍ଗ ହୋଇ ନିଶା ସେବନ କରିବା ପରେ ବିୟର ବୋତଲରେ ମୁଣ୍ଡ ଫଟାଇ କରିଛନ୍ତି ହତ୍ୟା। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳରେ। ତେବେ ଏନେଇ ପୁଲିସ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ ଜବତ କରି ୪ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି।
 ଆହୁରି ପଢ଼ନ୍ତୁ:Paradeep port: ୫୦ ହଜାର କୋଟିର ଏମ୍‌ଓୟୁ ସ୍ବାକ୍ଷରିତ: ‘ବନ୍ଦର କ୍ଷମତା ୫୦୦ ନିୟୁତ ଟନ୍‌ ହେବ’

ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧାପଡ଼ା ପୁଲିସ ଫାଣ୍ଡି ଅଧୀନସ୍ଥ ଅନ୍ତର୍ଲା ଗାଁରେ ଜଣେ ଯୁବକକୁ ବିୟର ବୋତଲ ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା  ଯୋଗୁଁ ନିଶା ସେବନ କରୁଥିବା ଅବସ୍ଥାରେ ଯୁବକ ଜଣଙ୍କର ପ୍ରାଣ ଉଡ଼ି ଯାଇଥିଲା । ଅନ୍ତର୍ଲା ଗାଁର ଅବସର ପ୍ରାପ୍ତ ପୁଲିସ କର୍ମଚାରୀ ମୀନକେତନ ଭୋଇଙ୍କ ପୁଅ ସୁଜିତକୁ ଗତ ରାତିରେ ଅନ୍ତାର୍ଲା କେନ୍ଦୁପତ୍ର ଫଡିର ପଛ ପଟେ ହତ୍ୟା କରି ଫେରାର ହୋଇଥିଲେ ଦୁର୍ବୃତ୍ତ। ତେବେ ସାଙ୍ଗ ସହ ନିଶା ସେବନ କରି ସାଙ୍ଗକୁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଥିଲା। ଦେଓଗାଁ ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବାରୁ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏଣୁ ଏ ଦିଗରେ ପୁଲିସ ପଦକ୍ଷେପ ନେବାକୁ ସଧାରଣରେ ଦାବି ହେଉଛି।

 ଆହୁରି ପଢ଼ନ୍ତୁ:Chhath Puja: ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 arrested | murder