ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍ଣରେ ଅବପାତର ରୂପ ନେଇଥିଲା। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେବା ପରେ ଏବେ ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟାରେ ବାତ୍ୟାର ଲ୍ୟାଣ୍ଡଫଲ୍ ଥିବା ବେଳେ ଏନେଇ ଓଡ଼ିଶା ସରକାର ସତର୍କ ରହିଛନ୍ତି। ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି।
ମାଲକାନଗିରିଜିଲ୍ଲା
ମାଲକାନଗିରି ପ୍ରଶାସନ ପକ୍ଷରୁ ଏଯାଏଁ ୨୧୭ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତରିତ କରାଯାଇଛି । ବିଶେଷ କରି ଦୁର୍ଗମ ବଣ୍ଡା ଘାଟି, ମାଥିଲି, କୋରୁକଣ୍ଡା, କାଲିମେଳା ବ୍ଲକ ଉପରେ ପ୍ରଶାସନର ସ୍ଵତନ୍ତ୍ର ଦୃଷ୍ଟି ରହିଛି। ମୋଟ ୨୫୩ ଗର୍ଭବତୀଙ୍କୁ ସ୍ଥାନାନ୍ତରିତ କରିବା ଲକ୍ଷ୍ୟ ରଖିଛି ପ୍ରଶାସନ। କେମିତି ଦୁର୍ଗମ ଅଞ୍ଚଳରେ ସ୍ଵାସ୍ଥ୍ୟକର୍ମୀମାନେ ଗର୍ଭବତୀ ମହିଳାଙ୍କୁ ବୁଝା ସୁଝା କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଛନ୍ତି। ଗାଁ ଗାଁ ରେ ମାଇକ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି ସ୍ଵାସ୍ଥ୍ୟକର୍ମୀ । ଏଥିସହ ବର୍ତ୍ତମାନ ସୁଧା ୨୮୯ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ୬୧ଟି ଆଶ୍ରୟ ସ୍ଥଳିରେ ରଖା ଯାଇଛି । ମୋଟ ୩୯୬୫ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।
କନ୍ଧମାଳ ଜିଲ୍ଲା
ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାରେ ମୋଟ ୧୧୦୦ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି। ମୋଟ ୪୧ଟି ସ୍ଥାୟୀ ଓ ଅସ୍ଥାୟୀ କେନ୍ଦ୍ରକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଏହା ସହ ୫୦ଜଣ ଗର୍ଭବତୀ ମହିଳାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନା ଓ ମାଁ ଗୃହକୁ ସ୍ଥାନାନ୍ତରିତ କରାଯାଇଛି । ଆଗକୁ ୫୯ଜଣଙ୍କୁ ସ୍ଥାନାନ୍ତରିତ କରାଯବାର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।
ଗଜପତି ଜିଲ୍ଲା
ଯଦି ଆମେ ଗଜପତି ଜିଲ୍ଲା କଥା କହିବା ତେବେ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ୧୭୧ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହ ସହ ଡାକ୍ତରଖାନାକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି। ଗଜପତି ଜିଲ୍ଲାରେ ମୋଟ ୪୬ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବା ବେଳେ ୧୨ଟି ଅଗ୍ନିଶମ, ୩ଟି ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ୍ ଟିମ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି । ଜିଲ୍ଲାରେ ୧୫ଟି ଅଗ୍ନିଶମ ବିଭାଗର ଟିମ୍ ପ୍ରସ୍ତୁତ ଥିବା ବେଳେ ୩ଟି ODRAF ଟିମ୍ ଓ ଗୋଟିଏ NDRF ଟିମ୍ ପ୍ରସ୍ତୁତ ରହିଛନ୍ତି। ୧୩୯ଟି ଭୁଷ୍କଳନ ଜାଗା ଚିହ୍ନଟ କରାଯାଇଥିବା ବେଳେ ସେଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଆହୁରି ପଢ଼ନ୍ତୁ: Techie Arrested: ଅଲ୍ କାଏଦା ସହିତ ଜଡ଼ିତ ଥିବା ଅଭିଯୋଗରେ ସଫ୍ଟୱେୟାର୍ ଇଞ୍ଜିନିୟର୍ ଗିରଫ
ନବରଙ୍ଗପୁର ଜିଲ୍ଲା
ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ସୁଧା କୌଣସି ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇନାହିଁ । ଜିଲ୍ଲାର ୧୦ଟି ବ୍ଲକରେ ୧୦ଟି ସ୍ଥାୟୀ କେନ୍ଦ୍ର ଓ ୧୦୦ଟି ଅସ୍ଥାୟୀ କେନ୍ଦ୍ର ରହିଛି। ଜିଲ୍ଲାରେ ୩୦୩ ଜଣ ଗର୍ଭବତୀ ମହିଳା ଚିହ୍ନଟ ହୋଇଥିବା ବେଳେ ଗତକାଲି ସୁଦ୍ଧା ୧୩୮ ଗର୍ଭବତୀ ମହିଳାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ବଳକାଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ୧୦ଟି ଅଗ୍ନିଶମ, ଗୋଟିଏ ୟୁନିଟ ODRAF ଟିମ ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ମୁତୟନ ଅଛନ୍ତି ।
ଆହୁରି ପଢ଼ନ୍ତୁ: 🔴 Cyclone Montha LIVE UPDATES: ବାତ୍ୟା ପାଇଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ମୋନ୍ଥା ମୁକାବିଲା ପାଇଁ ମହାପ୍ରସ୍ତୁତି...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/28/cyclonemontha-2025-10-28-12-57-27.jpg)