ମାଲେଗାଓଁ ବିସ୍ଫୋରଣ ମାମଲା, ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇଲେ ସାଧ୍ବୀ ପ୍ରଜ୍ଞା

ସାଧ୍ବୀ ପ୍ରଜ୍ଞାଙ୍କ ପୁଣି ଏକ ବିବାଦୀୟ ବୟାନ; ମହାତ୍ମା ଗାନ୍ଧୀ ‘ଜାତିର ପୁତ୍ର’

www.asianage.com

ଭୋପାଳ: ମାଲେଗାଓଁ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞାଙ୍କୁ ସ୍ବତନ୍ତ୍ର କୋର୍ଟ ବ୍ୟକ୍ତିଗତ ହାଜିରାରୁ ଛାଡ଼ କରିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ପ୍ରଜ୍ଞା ମୁମ୍ବାଇ ଅଦାଲତରେ ପ୍ରତିମାସରେ ହାଜର ହୋଇପାରିବେ ନାହିଁ ବୋଲି ତାଙ୍କ ଓକିଲ ଦୃଢ଼ ଯୁକ୍ତି ଦର୍ଶାଇଥିଲେ। କୋର୍ଟ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇ ପ୍ରଜ୍ଞାଙ୍କୁ ବ୍ୟକ୍ତିଗତ ହାଜିରାରୁ ଛାଡ଼ କରିଛନ୍ତି। ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ରେ ହୋଇଥିବା ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଶତାଧିକ ଲୋକ ଆହତ ହୋଇଥିଲେ। ଏହା ମାମଲାରେ ସାଧ୍ବୀ ପ୍ରଜ୍ଞାଙ୍କୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe