Image Courtesy of NDTV
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦେଇଥିବା ନର୍ସମାନେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଥିଲା ସେମାନଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ। ସିଷ୍ଟର୍ ନିଶା ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଭେଟି ତାଙ୍କୁ ଟିକା ଦେବା ମୋ ଲାଗି ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ।
ଆଜି ନୂଆଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍ସ୍) ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି ପଞ୍ଜାବର ସଙ୍ଗ୍ରୁର୍ବାସିନୀ ସିଷ୍ଟର୍ ନିଶା ଶର୍ମା। ପ୍ରଥମ ଡୋଜ୍ ନେବାର ୩୭ ଦିନ ପରେ ପ୍ରଧାନମନ୍ତ୍ରୀ ଆଜି ଦ୍ୱିତୀୟ ଡୋଜ୍ କରୋନାଭାଇରସ୍ ପ୍ରତିରୋଧୀ ଟିକା ନେଇଛନ୍ତି।
Image Courtesy of NDTVପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଥମ ଡୋଜ୍ ଟିକା ଦେଇଥିବା ପି. ନିବେଦିତା ଦ୍ୱିତୀୟ ଡୋଜ୍ ଟିକା ଦେବାରେ ନିଶା ଶର୍ମାଙ୍କୁ ସହଯୋଗ କରିଥିଲେ।
ପି ନିବେଦିତା କହିଲେ, ମୁଁ ହିଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଡୋଜ୍ ଟିକା ଫୋଡ଼ିଥିବା ଟିକାଦାତ୍ରୀ। ଆଜି, ପ୍ରଧାନମନ୍ତ୍ରୀଙ୍କୁ ଦ୍ୱିତୀୟ ବାର ଭେଟିବାର ସୁଯୋଗ ପାଇଲି ଏବଂ ଦ୍ୱିତୀୟ ଥର ତାଙ୍କୁ ଟିକା ଦେଲି। ମୁଁ ଖୁବ୍ ଆନନ୍ଦିତା। ସେ ଆମ ସହ କଥାବାର୍ତ୍ତା କଲେ ଓ ଆମେ ତାଙ୍କ ସହିତ ଫଟୋ ଉଠାଇଲୁ।
ସୂଚନାଯୋଗ୍ୟ, ମାର୍ଚ ପହିଲା ଦିନ ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକ୍ର ‘କୋଭାକ୍ସିନ୍’ ଟିକା ନେଇଥିଲେ।
Follow Us