CREATOR: gd-jpeg v1.0 (using IJG JPEG v62), quality = 100
ନୂଆଦିଲ୍ଲୀ: ଯୋଧପୁରରେ ଏକ ଶାନ୍ତିପୂର୍ଣ୍ଣ ବିପ୍ଳବ ଚାଲିଛି, ଯେଉଁଠାରେ ବିଷ୍ଣୋଇ ସମ୍ପ୍ରଦାୟର ଯୁବକମାନେ ୨୪ ବର୍ଷ ପୂର୍ବେ ବଲିଉଡ ତାରକା ସଲମାନ ଖାନଙ୍କ ଦ୍ବାରା ଶିକାର ହୋଇଥିବା କଳା ହରିଣ ସ୍ମୃତିରେ ସ୍ମାରକ ତିଆରି କରିବେ। ଏହି କଳା ହରିଣ ଶିକାର କରାଯିବା ସମୟରେ ସଲମାନ ଖାନଙ୍କ ସହିତ ଅଭିନେତା ସୈଫଅଲ୍ଲୀ ଖାନ, ତବୁ ଏବଂ ନୀଲମ ବି ଥିଲେ।
ଶିକାର ପରେ କଳା ହରିଣକୁ କାଙ୍କନି ଗ୍ରାମରେ ପୋତି ଦିଆଯାଇଥିଲା। ଏହି ହରିଣ ସ୍କୃତିରେ ଏକ ସ୍ମାରକ ନିର୍ମାଣ ପାଇଁ ଗ୍ରାମବାସୀ ଟଙ୍କା ଏକାଠି କରୁଛନ୍ତି। ଏହି ପ୍ରକଳ୍ପ ସହିତ ଜଡିତ ଯୁବକମାନଙ୍କ ମଧ୍ୟରୁ ପ୍ରେମ ସରଣ କହିଛନ୍ତି ଯେ ଯେଉଁ ଜମିରେ କଳା ହରିଣ ପୋତି ଦିଆଯାଇଥିଲା ସେହି ଜମିରେ ଖୁବ୍ ଶୀଘ୍ର ଏକ ସ୍ମାରକ ତିଆରି ହେବ।
ଏହି ସ୍ମାରକରେ ଏକ କଳା ହରିଣର ପ୍ରତିମୂର୍ତ୍ତି ରହିବ ଏବଂ ଏହି ଜମିରେ ୧୦୦୦ ଗଛ ଲଗାଯିବ। ତାଙ୍କ ସମ୍ପ୍ରଦାୟର କିଛି ଯୁବକ ଏକ ହ୍ବାଟସ ଆପ ଗ୍ରୁପ ତିଆରି କରିଛନ୍ତି। ଏହି ଗ୍ରୁପରେ ପାଣ୍ଠି ଏକାଠି କରୁଛନ୍ତି। ସେମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୫୦୦ ରୁ ୧୦୦୦ଟଙ୍କା ସଂଗ୍ରହ କରୁଛନ୍ତି । ଏହି କାମ ପାଇଁ ଅତି କମରେ ୨ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି।
Follow Us