କିନ୍ନରଙ୍କୁ କ୍ଷମା ମାଗିଲେ ମେନକା

Advertisment

ଯମୁନା ବ୍ରିଜ୍‌ ବନ୍ଦ, ୨୭ ଟ୍ରେନ୍‌ ବାତିଲ : ଆତଙ୍କବାଦୀ ଓ ପଥର ଆକ୍ରମଣରେ ୪୧ ଯବାନ ସହିଦ

ଯମୁନା ବ୍ରିଜ୍‌ ବନ୍ଦ, ୨୭ ଟ୍ରେନ୍‌ ବାତିଲ : ଆତଙ୍କବାଦୀ ଓ ପଥର ଆକ୍ରମଣରେ ୪୧ ଯବାନ ସହିଦ

କିନ୍ନରଙ୍କୁ କ୍ଷମା ମାଗିଲେ ମେନକା

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଗତ ସପ୍ତାହରେ ଲୋକସଭାରେ ମାନବ ଚୋରାଚାଲାଣ ବିରୋଧରେ ବିଲ୍‌ ଉପସ୍ଥାପନ ସମୟରେ କିନ୍ନରଙ୍କ ସମ୍ବନ୍ଧରେ ଯେଉଁ ଶବ୍ଦର ବ୍ୟବହାର କରିଥିଲେ ଆଜି ସେଥିଲାଗି ସେ କ୍ଷମା ମାଗିଛନ୍ତି। ଲୋକସଭାରେ ଗତ ସପ୍ତାହରେ ମାନବ ଚୋରାଚାଲାଣ (ନିରାକରଣ, ସୁରକ୍ଷା ଏବଂ ଥଇଥାନ ବିଲ୍‌) ୨୦୧୮ ଉପସ୍ଥାପନ ବେଳେ ମେନକା କିନ୍ନରଙ୍କୁ ‘ଅନ୍ୟାନ୍ୟ’ ବୋଲି ସମ୍ବୋଧନ କରିଥିଲେ। ଏଥିପାଇଁ ସେ ଲଜ୍ଜିତ ବୋଲି ଆଜି ଟ୍ଵିଟ୍‌ କରି କହିଛନ୍ତି। ମେନକା ସ୍ୱୀକାର କରିଛନ୍ତି ଯେ କିନ୍ନର ସମ୍ପ୍ରଦାୟ ପାଇଁ ବ୍ୟବହାର ହେଉଥିବା ନିର୍ଦ୍ଦିଷ୍ଟ ଶବ୍ଦ ବିଷୟରେ ସେ ସଚେତନ ନଥିଲେ। ଘୋଷଣା କରିଛନ୍ତି ଯେ ଭବିଷ୍ୟତରେ ସମସ୍ତ (ସରକାରୀ ଯୋଗାଯୋଗ) କ୍ଷେତ୍ରରେ କିନ୍ନରଙ୍କ ପାଇଁ ଟିଜିଏସ୍‌ ଶବ୍ଦ ବ୍ୟବହାର ହେବ।

ନୂଆଦିଲ୍ଲୀ: ଯମୁନା ନଦୀ ଏବେ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ନଦୀ ଜଳ ବିପଦ ସଙ୍କେତ ଟପି ପ୍ରବାହିତ ହେଉଥିବାରୁ ଯମୁନା ବ୍ରିଜ୍‌ ‘ଲୋହା ପୁଲ୍‌’କୁ ଆଜି ଭାରତୀୟ ରେଳ ବିଭାଗ ପକ୍ଷରୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ଫଳରେ ଆଜି ୨୭ଟି ଟ୍ରେନ୍‌ ବାତିଲ କରି ଦିଆଯାଇଛି ଏବଂ ୭ଟି ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି।

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଚଳିତ ବର୍ଷ ପ୍ରଥମ ୬ ସପ୍ତାହରେ ଆତଙ୍କବାଦୀ ଏବଂ ପଥର ଆକ୍ରମଣ ହେତୁ ୪୧ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୭ ସେନା ଯବାନଙ୍କ ସମେତ ୨୦ ପୁଲିସ କର୍ମୀ ଏବଂ ୨ ଜଣ ସିଆରପିଏଫ୍‌ ଯବାନ ଅଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପ ହେତୁ ୨୮ ସେନା ଯବାନ, ୩୧ ସିଆରପିଏଫ୍‌ ଯବାନ ଏବଂ ୩୭ ପୁଲିସଙ୍କ ସମେତ ସମୁଦାୟ ୯୬ ଜଣ ଆହତ ହୋଇଛନ୍ତି। ପଥର ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଛନ୍ତି ଏବଂ ୮୧୧ ଜଣ ଆହତ ହୋଇଛନ୍ତି। ସମୁଦାୟ ୭୩୪ ପଥର ଆକ୍ରମଣରେ ୫୯୨ ପୁଲିସ, ୨୧୯ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe