Advertisment

Hockey: ଚକମିଲେ ଶିଳାନନ୍ଦ, ଅଟକିଲା ପରାଜୟ ଧାରା: ଅଷ୍ଟ୍ରେଲିଆକୁ ହରାଇ ହୋବର୍ଟ ପର୍ଯ୍ୟାୟ ଶେଷ କଲା ଭାରତ

Advertisment

ବୁଧବାର ଘରୋଇ ଅଷ୍ଟ୍ରେଲିଆକୁ ସୁଟ୍‌ଆଉଟ୍‌ରେ ୩-୧ (୧-୧) ଗୋଲ୍‌ରେ ପରାସ୍ତ କରି ବୋନସ୍‌ ପଏଣ୍ଟ୍‌ ସହ ଗସ୍ତ ଶେଷ କରିଛି। ଏହି ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୧-୧ ଗୋଲ୍‌ରେ ଅମୀଂସାସିତ ରହିଥିଲା

ବୁଧବାର ଘରୋଇ ଅଷ୍ଟ୍ରେଲିଆକୁ ସୁଟ୍‌ଆଉଟ୍‌ରେ ୩-୧ (୧-୧) ଗୋଲ୍‌ରେ ପରାସ୍ତ କରି ବୋନସ୍‌ ପଏଣ୍ଟ୍‌ ସହ ଗସ୍ତ ଶେଷ କରିଛି। ଏହି ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୧-୧ ଗୋଲ୍‌ରେ ଅମୀଂସାସିତ ରହିଥିଲା

Hockey

Hockey Photograph: (sambad.in)

ହୋବର୍ଟ: ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ ପୁରୁଷ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ପରାଜୟ ଧାରାରେ ବ୍ରେକ୍‌ ଲାଗିଛି। ରାଉରକେଲା ପର୍ଯ୍ୟାୟରେ ଲଗାତାର ଚାରିଟି ମ୍ୟାଚ୍‌ ହାରିବା ପରେ ଅଷ୍ଟ୍ରେଲିଆର ହୋବର୍ଟ ପର୍ଯ୍ୟାୟରେ ଲଜ୍ଜାଜନକ ପ୍ରଦର୍ଶନ କରି ଆସୁଥିବା ଭାରତୀୟ ହକି ଦଳ ଶେଷରେ ବିଜୟର ପ୍ରତୀକ୍ଷିତ ସ୍ବାଦ ଚାଖିଛି। ବୁଧବାର ଘରୋଇ ଅଷ୍ଟ୍ରେଲିଆକୁ ସୁଟ୍‌ଆଉଟ୍‌ରେ ୩-୧ (୧-୧) ଗୋଲ୍‌ରେ ପରାସ୍ତ କରି ବୋନସ୍‌ ପଏଣ୍ଟ୍‌ ସହ ଗସ୍ତ ଶେଷ କରିଛି। ଏହି ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୧-୧ ଗୋଲ୍‌ରେ ଅମୀଂସାସିତ ରହିଥିଲା। ହେଲେ ସୁଟ୍‌ଆଉଟ୍‌ରେ ଭାରତ ବାଜି ମାରି ନେଇଥିଲା। ଯୁବ ଗୋଲ୍‌ ରକ୍ଷକ ମୋହିତ ଶଶିକୁମାର ଭାରତର ଏହି ସ୍ମରଣୀୟ ବିଜୟରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ନିର୍ଦ୍ଧାରିତ ସମୟରେ ବହୁମୂଲ୍ୟ ଗୋଲ୍‌ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିବା ପରେ ସୁଟ୍‌ଆଉଟ୍‌ରେ ଗୋଲ୍‌ କରି ଭାରତୀୟ ବିଜୟର ଅନ୍ୟତମ ନାୟକ ସାଜିଥିଲେ। ଏହି ‌ରୋମାଞ୍ଚକ ବିଜୟ ପରେ ଯୁବ ଖେଳାଳି ସମୃଦ୍ଧ ଭାରତୀୟ ହକି ଦଳ ମଧ୍ୟ ତା’ର ଆତ୍ମବିଶ୍ବାସ କିଛିଟା ଫେରି ପାଇଛି। ଭାରତୀୟ ହକି ଦଳ ଏବେ ଏହି ୯ଦଳୀୟ ପ୍ରତିଯୋଗିତାରେ ୮ ମ୍ୟାଚ୍‌ରୁ ମାତ୍ର ୪ ପଏଣ୍ଟ୍‌ ପାଇ ଅଷ୍ଟମ ସ୍ଥାନରେ ରହିଛି। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌‌ରେ ରୋଟରଡାମ୍‌ଠାରେ ନେଦରଲାଣ୍ଡ୍‌ସ ଓ ଜର୍ମାନୀକୁ ଭେଟିବ। ଏହି ପର୍ଯ୍ୟାୟ ଜୁନ୍‌ ୨୧ରୁ ଆରମ୍ଭ ହେବ।

ଆହୁରି ପଢନ୍ତୁ- T20 World Cup: ଚାପରେ ଟିମ୍‌ ଇଣ୍ଡିଆ, ଚର୍ଚ୍ଚାରେ ଜିମ୍ବାୱେ

ଆଜି ମ୍ୟାଚ୍‌ର ପ୍ରଥମ ତିନି କ୍ବାର୍ଟର୍‌ରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ଚତୁର୍ଥ କ୍ବାର୍ଟରର ଚତୁର୍ଥ ମିନିଟ୍‌ରେ ଜେରେମି ହେୱାର୍ଡ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି କଙ୍ଗାରୁ ଦଳକୁ ଆଗୁଆ କରିଥିଲେ। ଶିଳାନନ୍ଦ ୫୧ ମିନିଟ୍‌ରେ ଏକ ଚମତ୍କାର ଗୋଲ୍ ଦେଇ ସ୍ଥିତି ୧-୧ କରି ନେଇଥିଲେ। ଶେଷ ପର୍ଯ୍ୟନ୍ତ ଏହି ସ୍କୋର୍‌ ଲାଇନ୍‌ ଅପରିବର୍ତ୍ତିତ ରହିଥିଲା। ଫଳରେ ସୁଟ୍‌ଆଉଟ୍‌ର ଦରକାର ପଡ଼ିଥିଲା।

ଆହୁରି ପଢନ୍ତୁ- Ricky Ponting:ଭାରତୀୟ ଦଳକୁ ପଣ୍ଟିଂଙ୍କ ପରାମର୍ଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe