ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା, ୧୨ ଗିରଫ

Advertisment
ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା, ୧୨ ଗିରଫ

ଭୋପାଳ : ଭିଡ଼ହିଂସା ଥମିବାର ନାଁ ନେଉନି। ପିଲାଚୋରି ସନ୍ଦେହ ହେଉ କିମ୍ବା ଗାଈ ଚୋରା ଚାଲାଣ ସନ୍ଦେହରେ ହେଉ ଅନେକ ନିରୀହ ଜନତାଙ୍କର ପ୍ରାଣହାନି ହେଉଛି। ମାନସିକ ଅବସ୍ଥା ଖରାପ ଥିବା ରୋଗୀ ମଧ୍ୟ ଏଥିରୁ ବର୍ତ୍ତି ପାରୁନାହାନ୍ତି। ଆଜି ପୁଣିଥରେ ମଧ୍ୟପ୍ରଦେଶରେ ଭିଡ଼ହିଂସା ହେତୁ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ରାଜ୍ୟର ସିଙ୍ଗ୍ରୌଲି ଜିଲ୍ଲାସ୍ଥିତ ମୋରଓ୍ଵା ଅଞ୍ଚଳରେ ଏହି ମହିଳାଙ୍କୁ ସ୍ଥାନୀୟ କିଛି ଲୋକ ପିଟିପିଟି ହତ୍ୟା କରି ତାଙ୍କ ମରଶରୀରକୁ ନିକଟସ୍ଥ ଜଙ୍ଗଲରେ ଫୋପାଡ଼ି ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରୁ ଉକ୍ତ ମହିଳାଙ୍କ ମରଶରୀର ଉଦ୍ଧାର କରିଛି। ପୁଲିସ ଏବେ ଏହି ଘଟଣାରେ ତନାଘନା ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ ବୟାନ କ୍ରମେ ପୁଲିସ ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ଜଣାଯାଇଛି ଯେ ମହିଳା ଜଣଙ୍କ ଉକ୍ତ ସ୍ଥାନରେ ୬ ମାସ ହେବ ବୁଲାବୁଲି କରୁଥିଲେ। କିନ୍ତୁ କେଉଁ କାରଣ ପାଇଁ ସେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଘେରକୁ ଆସିଥିଲେ ତାହା ଜଣାପଡ଼ି ନାହିଁ। ଜୁନ୍‌ ୨୯ରେ ଏମିତି ଏକ ସମାନ ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe