Messi event organizer: ମେସି କାର୍ଯ୍ୟକ୍ରମର ଆୟୋଜକଙ୍କୁ ମିଳିଲାନି ଜାମିନ: ୧୪ଦିନିଆ ପୁଲିସ ହେପାଜତକୁ ଗଲେ

Advertisment

ଆର୍ଜେଣ୍ଟିନା ଫୁଟବଲ ସୁପର୍‌ଷ୍ଟା‌ର ଲିଓନେଲ୍‌ ମେସିଙ୍କ କୋଲକାତା ସଲ୍ଟ ଲେକ୍‌ କାର୍ଯ୍ୟକ୍ରମରେ ଘଟିଥିବା ବ୍ୟାପକ ଭଙ୍ଗାରୁଜା ମାମଲାରେ ଆୟୋଜକ ଶତଦ୍ରୁ ଦତ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି।

ଆର୍ଜେଣ୍ଟିନା ଫୁଟବଲ ସୁପର୍‌ଷ୍ଟା‌ର ଲିଓନେଲ୍‌ ମେସିଙ୍କ କୋଲକାତା ସଲ୍ଟ ଲେକ୍‌ କାର୍ଯ୍ୟକ୍ରମରେ ଘଟିଥିବା ବ୍ୟାପକ ଭଙ୍ଗାରୁଜା ମାମଲାରେ ଆୟୋଜକ ଶତଦ୍ରୁ ଦତ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି।

fshfhsvxvbbxv

କୋଲକାତା: ଆର୍ଜେଣ୍ଟିନା ଫୁଟବଲ ସୁପର୍‌ଷ୍ଟା‌ର ଲିଓନେଲ୍‌ ମେସିଙ୍କ କୋଲକାତା ସଲ୍ଟ ଲେକ୍‌ କାର୍ଯ୍ୟକ୍ରମରେ ଘଟିଥିବା ବ୍ୟାପକ ଭଙ୍ଗାରୁଜା ମାମଲାରେ ଆୟୋଜକ ଶତଦ୍ରୁ ଦତ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଆଜି ତାଙ୍କୁ ୧୪ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ମେସିଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଭୀଷଣ ବିଭ୍ରାଟ ନେଇ ଶନିବାର ଦତ୍ତଙ୍କୁ ବିମାନବନ୍ଦରରୁ ଗିରଫ କରାଯାଇଥିଲା ଏବଂ ବିଧାନନଗର ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହ କୌଣସି ଆଶ୍ବସ୍ତି ଦେବାକୁ ମନା କରିଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ପରିଚାଳନାଗତ ତ୍ରୁଟି ସାମ୍ନାକୁ ଆସିଥିବା ପୁଲିସ ଦର୍ଶାଇ ଅଧିକ ତଦନ୍ତ ପାଇଁ ଦତ୍ତଙ୍କୁ ରିମାଣ୍ଡ୍‌ରେ ନେବାକୁ କୋର୍ଟରେ ଆବେଦନ କରିଥିଲା।

Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି

ମେସିଙ୍କ ଜି.ଓ.ଏ.ଟି ଇଣ୍ଡିଆ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଥିଲେ ଦତ୍ତ। ଭାରତକୁ ମେସିଙ୍କୁ ଆଣିବାରେ ତାଙ୍କର ବହୁତ ବଡ଼ ଭୂମିକା ରହିଥିଲା। ୧୪ ବର୍ଷ ପରେ ମେସି ଭାରତ ଆସୁଥିବାରୁ ତାଙ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥିବା ବେଳେ ଶନିବାର ତାଙ୍କୁ ଦେଖିବାକୁ ଭିଆଇପିମାନଙ୍କ ଭିଡ଼ ଲାଗି ଯାଇଥିଲା। ରାଜନେତା, ପୁଲିସ ଅଧିକାରୀ, ଅନ୍ୟ ଭିଆଇପି ଓ ସେମାନଙ୍କ ସହାୟକ ଏପରି ଭାବେ ମେସିଙ୍କୁ ଘେରି ଯାଇଥିଲେ ଯେ, ୪ ହଜାରରୁ ୨୦ ହଜାର  ଟଙ୍କା ଦେଇ ଟିକେଟ କରିଥିବା ପ୍ରଶଂସକଙ୍କୁ ମେସିଙ୍କୁ ଦେଖିବା ସମ୍ଭବ ହୋଇନଥିଲା। ମେସି ଏଭଳି ସ୍ଥିତି ଦେଖି ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ।

CJI: ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ମଧ୍ୟସ୍ଥତା ପ୍ରଭାବଶାଳୀ ମାଧ୍ୟମ: ସିଜେଆଇ

ଲୋକେ ମେସିଙ୍କୁ ଦେଖିବାକୁ ପଡ଼ିଆ ଭିତରକୁ ‌ଧସେଇ ପଶିଥିଲେ ଏବଂ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଦତ୍ତ ବାରମ୍ବାର ଲୋକଙ୍କୁ ଏପରି ନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଉତ୍‌କ୍ଷିପ୍ତ ପ୍ରଶଂସକ କିଛି ଶୁଣିନଥିଲେ। ଫଳରେ ଏକ ବିରାଟ ଆୟୋଜନ ସଂପୂର୍ଣ୍ଣ ଭଣ୍ଡୁର ହୋଇଥିଲା। ବିଜେପି ଏପରି କାର୍ଯ୍ୟକ୍ରମ ପରିଚାଳନାକୁ ନେଇ ତୃଣମୂଳ କଂଗ୍ରେସ ନେତୃତ୍ବାଧୀନ ସରକାରର କଡ଼ା ସମାଲୋଚନା କରିଛି। ବିଜେପି ନେତା ଅମିତ ମାଲବ୍ୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରିକହିଥିଲେ, ସାଧାରଣ ପ୍ରଶଂସକଙ୍କୁ ପଛକୁ ଠେଲି ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କ୍ରୀଡ଼ାମନ୍ତ୍ରୀ ଅରୁପ ବାନାର୍ଜୀଙ୍କ ପରିବାର ଲୋକେ ମେସିଙ୍କୁ ଘେରି ରହିଥିଲେ। ପ୍ରଶଂସକଙ୍କ ଭାବନାକୁ ଅଣଦେଖା କରାଯାଇଥିଲା। ‌ଷ୍ଟାଡିୟମର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଥିଲା ଏବଂ କୋଲକାତା ସହରର ଛବିକୁ ଏହି କାର୍ଯ୍ୟକ୍ରମ ଖରାପ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe