ମେଟା ଲଞ୍ଚ୍‌ କଲା ଅତ୍ୟାଧୁନିକ ଚଷମା; ଜାଣନ୍ତୁ କି ସୁବିଧା ପାଇବେ ବ୍ୟବହାରକାରୀ

Advertisment

ଫେସ୍‌ବୁକ୍‌ର ପ୍ୟାରେଣ୍ଟ୍‌ କମ୍ପାନି ମେଟା ତରଫରୁ ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯାହାର ନାମ ମେଟା କନେକ୍ଟ-୨୦୨୪। ଏହି କାର୍ଯ୍ୟକ୍ରମ‌ରେ ଭାରତୀୟ ସମୟ ଅନୁସାରେ ବୁଧବାର ରାତିରେ ହିଁ ଏକ ବଡ଼ ଘୋଷଣା କରାଯାଇଛି।

ଫେସ୍‌ବୁକ୍‌ର ପ୍ୟାରେଣ୍ଟ୍‌ କମ୍ପାନି ମେଟା ତରଫରୁ ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯାହାର ନାମ ମେଟା କନେକ୍ଟ-୨୦୨୪। ଏହି କାର୍ଯ୍ୟକ୍ରମ‌ରେ ଭାରତୀୟ ସମୟ ଅନୁସାରେ ବୁଧବାର ରାତିରେ ହିଁ ଏକ ବଡ଼ ଘୋଷଣା କରାଯାଇଛି।

morden glasses

ନୂଆଦିଲ୍ଲୀ: ଫେସ୍‌ବୁକ୍‌ର ପ୍ୟାରେଣ୍ଟ୍‌ କମ୍ପାନି ମେଟା ତରଫରୁ ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯାହାର ନାମ ମେଟା କନେକ୍ଟ-୨୦୨୪। ଏହି କାର୍ଯ୍ୟକ୍ରମ‌ରେ ଭାରତୀୟ ସମୟ ଅନୁସ‌ାରେ ବୁଧବାର ରାତିରେ ହିଁ ଏକ ବଡ଼ ଘୋଷଣା କରାଯାଇଛି। କମ୍ପାନି ‘ଓରିୟନ୍‌’ ନାମରେ ଏକ ଆଧୁନିକ ଚଷମା ଲଞ୍ଚ୍‌ କରିଛି। ଏହା କେତେକ ସ୍ଥାନରେ ଆପଣଙ୍କୁ ଆପଲ୍‌ ଭିଜନ୍‌ ପ୍ରୋର କଥା ମନେ ପକାଇଦେବ।

ଏଥିରେ ହଲୋଗ୍ରାଫିକ୍ସ ଡିସ୍‌ପ୍ଲେ ଦିଆଯାଇଛି। ଏହାକୁ ପିନ୍ଧି ବ୍ୟବହାରକାରୀ ନିଜର ହାତକୁ ଏପଟ ଯେପଟ ଚାଳନା କରିବ ଫିଚର୍‌ର ବ୍ୟବହାର କରିପାରିବେ। ଏଥିପାଇଁ ବ୍ୟବହାରକାରୀଙ୍କୁ ନୂଆ ଇଏମ୍‌ଜି ହାତଘଣ୍ଟା ପିନ୍ଧିବାକୁ ପଡ଼ିବ।

ଏହି ଚଷମାକୁ ପିନ୍ଧି ବ୍ୟବହାରକାରୀ ବିନା ଫୋନ୍‌ରେ ଫୋନ୍‌ର ଫିଚର ସବୁକୁ ଉପଭୋଗ କରିପାରିବେ। କିଛି ଦେଖିବା ପାଇଁ ହାତରେ ଫୋନ୍‌ ଧରିବା ଜରୁରୀ ହେବ ନାହିଁ। ସେହି ଚଷମାକୁ ପିନ୍ଧିବା ଦ୍ବାରା ହିଁ ବ୍ୟବହାରକାରୀଙ୍କ ଆଖି ସାମ୍ନାରେ ଏକ ପରଦା ଦୃଶ୍ୟମାନ ହେବ। ସେଥିରେ ବ୍ୟବହାରକାରୀ ଫୋନ୍‌ ଚଳାଇବାକୁ ନେଇ ଗେମ୍‌ ଖେଳିବା ଆଦି ବିଭିନ୍ନ କାର୍ଯ୍ୟ କରିପାରିବେ।

ଟୋ ଏହା ବ୍ୟତୀତ ଆହୁରି ମଧ୍ୟ କିଛି ବଡ଼ ଘୋଷଣା କରିଛି। ଏଥରେ ନ୍ୟୁ ଏଣ୍ଟ୍ରି ଲେବଲ୍‌ ଭିଆର୍‌ ‌ହେଡ୍‌ସେଟ୍‌ କୁ‌ଏଷ୍ଟ୍‌ ୩ଏସ୍‌, ରେ-ବ୍ୟାନ୍‌ ମେଟା ସ୍ମାର୍ଟ ଗ୍ଲାସେସ୍‌ ଏବଂ ମେଟା ଏଆଇରେ ନୂଆ ଫିଚର୍‌କୁ ଯୋଡ଼ା ଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe