DIARADESIGN
ଆଗ୍ରା: ଗାଲଭାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହେଵା ପରେ ଓ ୨୦ ଜଣ ଯବାନ ସହିଦ ହେଵା ପରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଚୀନ୍କୁ ଘେରିବା ଆରମ୍ଭ କରିଛି । ଏହି କାରଣରୁ ଭାରତ ସରକାର ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି। ଏବେ ଚୀନ୍କୁ ଭାରତ ଆଉ ଏକ ଝଟକା ଦେଇଛି। ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶ ମେଟ୍ରୋ ରେଳ ନିଗମ (ୟୁପିଏମଆରସି) କାନପୁର-ଆଗ୍ରା ମେଟ୍ରୋ ପାଇଁ ଚୀନ୍ କମ୍ପାନୀର ଟେଣ୍ଡର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି।
DNA Indiaଟ୍ରେନ୍ ନିୟନ୍ତ୍ରଣ ଏବଂ ସିଗନାଲ୍ ସିଷ୍ଟମ ପାଇଁ ଟେଣ୍ଡର ବମ୍ବେଡିଅର୍ ଟ୍ରାନ୍ସପୋର୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ କୁ ଦିଆଯାଇଛି। ଏଥିପାଇଁ ଚାଇନାର କମ୍ପାନୀ ନାନଜିଂ ପୂଜେନ୍ ଲିମିଟେଡ୍ ମଧ୍ୟ ଟେଣ୍ଡର କରିଥିଲା | ​​କିନ୍ତୁ ତାହାକୁ ବାତିଲ କରିଦିଆଯାଇଛି |
ଉଲ୍ଲେଖ ଥାଉ କି ଉଭୟ କାନପୁର ଏବଂ ଆଗ୍ରା ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ ୬୭ ଟି ଟ୍ରେନ୍ ଚଳାଚଳ କରିବ | ପ୍ରତ୍ୟେକ ଟ୍ରେନରେ ୩ ଟି କୋଚ୍ ରହିବ, ସେଥିମଧ୍ୟରୁ ୩୯ ଟି ଟ୍ରେନ୍ କାନପୁର ଏବଂ ୨୮ ଟି ଟ୍ରେନ୍ ଆଗ୍ରା ପାଇଁ ରହିବ । ଏକ ଟ୍ରେନରେ ଯାତ୍ରୀ କ୍ଷମତା ପ୍ରାୟ ୯୮୦ ହେବ ଅର୍ଥାତ ପ୍ରାୟ ୩୧୫-୩୫୦ ଯାତ୍ରୀ ପ୍ରତ୍ୟେକ କୋଚରେ ଯାତ୍ରା କରିପାରିବେ |
Follow Us