ଏହି ସହରରେ ଛଅମାସ ରହିଲେ ମିଳିବ ୪୦ ଲକ୍ଷ ଦରମା ସାଙ୍ଗକୁ ଭ୍ରମଣର ସୁବିଧା

Advertisment
ଏହି ସହରରେ ଛଅମାସ ରହିଲେ ମିଳିବ ୪୦ ଲକ୍ଷ ଦରମା ସାଙ୍ଗକୁ ଭ୍ରମଣର ସୁବିଧା

Found The World

ଆଜିକାଲି ଅଧିକାଂଶ ଲୋକ ନିଜର ରୋଜଗାରକୁ ବହୁଗୁଣା କରିବାକୁ ଚାହଁଛନ୍ତି। ହଁ, ଯଦି ଆପଣଙ୍କୁ ଏଭଳି ଚାକିରି ମିଳେ, ଯେଉଁଥିରେ ଆପଣଙ୍କୁ ଭ୍ରମଣ ପାଇଁ ବି ଦରମା ମିଳିବ, ତେବେ କେମିତି ହେବ! ଭ୍ରମଣ ପାଇଁ ଓ ଏକ ପର୍ଯ୍ୟଟନସ୍ଥଳୀର ପ୍ରମୋସନ ପାଇଁ ଆପଣଙ୍କୁ ମିଳିବ ୪୦ ଲକ୍ଷ ଟଙ୍କାର ପ୍ୟାକେଜ୍‌। ସତରେ ଲୋଭନୀୟ ନା!

ଏହି ସ୍ଥାନ ହେଲା ମେକ୍‌ସିକୋର କୈନ୍‌କୁନ୍‌ । ଏଠାରେ ଛଅ ମାସ ରହିଲେ ଷାଠିଏ ହଜାର ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ଟଙ୍କାର ଚାକିରି ଦିଆଯିବ ବୋଲି ଏକ ଟୁରିଷ୍ଟ େଓ୍ଵବ୍‌ସାଇଟ୍‌ରେ ଦର୍ଶାଯାଇଛି। ଏହି ଚାକିରି ପାଇଥିବା ଲୋକେ କେବଳ ସେହି ସହରର ପର୍ଯ୍ୟଟନକୁ ପ୍ରମୋସନ୍‌ କାର୍ଯ୍ୟରେ ନିୟାଜିତ ହେବେ। ତା’ଛଡ଼ା ସେମାନେ କୈନ୍‌କୁନ୍‌ ସହରରେ ଥିବା ହୋଟେଲ, ରେସ୍ତୁରାଁ ଓ ଭିନ୍ନ ଭିନ୍ନ ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ନିଜର ଅନୁଭବ ଲୋକଙ୍କ ଆଗରେ ବଖାଣିବେ।

publive-image Drifter Planet

ଏହି ଚାକିରିରେ ଦରମା ବ୍ୟତୀତ ସହରରେ ରହିବା ସମୟରେ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ବି ବହନ କରିବ େଓ୍ଵବ୍‌ସାଇଟ୍‌। ଏହି ଚାକିରି ପାଇଁ କୌଣସି ପୂର୍ବ ଅଭିଜ୍ଞତାର ଆବଶ୍ୟକତା ନାହିଁ ।ଏପରିକି କୌଣସି ଡିଗ୍ରି ବା ଡ଼ିପ୍ଲୋମା ବା ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ତେବେ ନିଯୁକ୍ତିଦାତାଙ୍କର ମନମୁତାବକ କାମ କରିବାକୁ ହେବ। ଏହି ଚାକିର ଲାଗି ନିଯୁକ୍ତି ୨୦୧୮ ମାର୍ଚ୍ଚରୁ ଆରମ୍ଭ ହୋଇସାରିଛି ଓ ଅଗଷ୍ଟ ମାସରେ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe