Image Source: India Today
ନୂଆଦିଲ୍ଲୀ: ଜଣେ ଗ୍ରାହକ ‘ମୋରିସ୍ ଗ୍ୟାରେଜେସ୍ ମଟର ଇଣ୍ଡିଆ’ ନିର୍ମିତ ଗୋଟାଏ କାର୍କୁ ଗଧଦ୍ୱାରା ଟଣାଇଥିବା କାରଣରୁ କମ୍ପାନି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ଏମ୍ଜି ମଟର୍ ଇଣ୍ଡିଆ ନିର୍ମିତ ସ୍ପୋର୍ଟସ୍ ୟୁଟିଲିଟି ଭେଇକ୍ଲ ହେକ୍ଟର୍କୁ ଗୋଟାଏ ଗଧ ଟାଣୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ କମ୍ପାନିର ସମ୍ମାନ ପ୍ରତି ଆଞ୍ଚ୍ ଆସିଛି। ୨୦୧୯ ମସିହା ଡିସେମ୍ବର ୩ ତାରିଖରେ ଅରୁଣ ପାନ୍ଓ୍ଵାର୍ ନାମରେ ଜଣେ ବ୍ୟକ୍ତି ୟୁ ଟ୍ୟୁବ୍ରେ ଅପ୍ଲୋଡ୍ କରିଥିବା ଏହି ଭିଡିଓକୁ ପ୍ରାୟ ୨, ୭୪ ଲକ୍ଷ ଲୋକ ଦେଖିଲେଣି।
Grabbed from Videoଭିଡିଓରେ ଦେଖାଯାଉଛି: ଉଦୟପୁରର ବିଶାଳ ପାଞ୍ଚୋଲି ନାମକ ଜଣେ ଅସନ୍ତୁଷ୍ଟ ଗ୍ରାହକ ଏମ୍ଜି ହେକ୍ଟର୍ କାର୍ରେ ‘ଡଙ୍କି ଭେଇକ୍ଲ’ (ଗଧ ଗାଡ଼ି) ଏବଂ ‘ଇଟ୍ଜ୍ ଆନ୍ ଆନିମଲ୍ ଥିଙ୍ଗ୍’ (ଏଇଟା ପଶୁ ଜିନିଷ) ସ୍ଲୋଗାନ ଲେଖାଥିବା ବ୍ୟାନର୍ ଗୁଡ଼ାଇ ସେଥିରେ ଗଧଟିଏ ଯୋଚି ଟଣାଉଛନ୍ତି।
ପାଞ୍ଚୋଲି ଖରିଦ କରିଥିବା ହେକ୍ଟର୍ ଗାଡ଼ିର କ୍ଲଚ୍ କିଛି ସମସ୍ୟା ରହିଛି। ସେ ଏହି ଭିଡିଓରେ କହୁଛନ୍ତି ଯେ କମ୍ପାନି କର୍ମଚାରୀମାନେ ଗାଡ଼ିରେ ହେଉଥିବା ଅସୁବିଧା ସଜାଡ଼ିଲେ ନାହିଁ, ଓଲଟି ତାଙ୍କୁ ଧମକ ଦେଲେ।
ଏମ୍ଜି ମଟର ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ତ୍ରୁଟି ସଜାଡ଼ିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଏ। ଖ୍ୟାତିସମ୍ପନ୍ନ କମ୍ପାନିକୁ ବଦନାମ କରୁଥିବା କାରଣରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Follow Us