ରୋହିଙ୍ଗ୍ୟାଙ୍କୁ ଘର ଦିଆଯିବ କହି ହରଦୀପ ସିଂହ ପୁରୀ ଟ୍ବିଟ କରିବା ପରେ ଏଭଳି ଯୋଜନା ନଥିବା କହିଲା ଗୃହ ମନ୍ତ୍ରାଳୟ

Advertisment
ରୋହିଙ୍ଗ୍ୟାଙ୍କୁ ଘର ଦିଆଯିବ କହି ହରଦୀପ ସିଂହ ପୁରୀ ଟ୍ବିଟ କରିବା ପରେ ଏଭଳି ଯୋଜନା ନଥିବା କହିଲା ଗୃହ ମନ୍ତ୍ରାଳୟ

indiatoday

ନୂଆଦିଲ୍ଲୀ: ଦିଲ୍ଲୀର ବକ୍କାରୱାଲା ଅଞ୍ଚଳରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆପାର୍ଟମେଣ୍ଟ, ଇଡବ୍ଲୁଏସ୍ ଫ୍ଲାଟ ଏବଂ ପୁଲିସ୍ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଲେଖି ଟ୍ବିଟ କରିଥିଲେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ। ତାଙ୍କର ଏଭଳି ଟ୍ବିଟ ପରେ ଏବେ ସ୍ପଷ୍ଟୀକରଣ ରଖିଛି ଗୃହ ମନ୍ତ୍ରାଳୟ। ଗୃହ ମନ୍ତ୍ରାଳୟ କହିଛି ଯେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆପାର୍ଟମେଣ୍ଟ, ଇଡବ୍ଲୁଏସ୍ ଫ୍ଲାଟ ଏବଂ ପୁଲିସ୍ ସୁରକ୍ଷା ଯୋଗାଇ ଦେବା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ଗୃହ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ରୋହିଙ୍ଗ୍ୟାମାନଙ୍କୁ ନିଜ ଦେଶକୁ ପଠାଯିବା ପର୍ଯ୍ୟନ୍ତ ଆଇନ ଅନୁଯାୟୀ ଅବରୋଧ ଶିବିରରେ ରଖାଯିବ।

ଏହାପୂର୍ବରୁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ବୁଧବାର କରିଥିବା ଟ୍ୱିଟକୁ ନେଇ ବିବାଦ ଦେଖାଦେଇଥିଲା। ସେ ଲେଖିଥିଲେ, "ଦେଶରେ ଆଶ୍ରୟ ନେଇଥିବା ଲୋକଙ୍କୁ ଭାରତ ସର୍ବଦା ସ୍ୱାଗତ କରିଆସୁଛି। ଏକ ଐତିହାସିକ ନିଷ୍ପତ୍ତିରେ ସମସ୍ତ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦିଲ୍ଲୀର ବକ୍କାରୱାଲା ଅଞ୍ଚଳରେ ଅବସ୍ଥିତ ଫ୍ଲାଟକୁ ସ୍ଥାନାନ୍ତର କରାଯିବ। ସେମାନଙ୍କୁ ୟୁଏନଏଚସିଆର ଦ୍ୱାରା ମୌଳିକ ସୁବିଧା ଦିଆଯିବ ଏବଂ ୨୪ଘଣ୍ଟିଆ ଦିଲ୍ଲୀ ପୁଲିସର ସୁରକ୍ଷା ଯୋଗାଇ ଦିଆଯିବ।"

ଯେଉଁମାନେ ଦେଶର ଶରଣାର୍ଥୀ ନୀତି ଉପରେ ପ୍ରଶ୍ନ କରିଛନ୍ତି ସେମାନଙ୍କୁ ମଧ୍ୟ ମନ୍ତ୍ରୀ ସମାଲୋଚନା କରିଥିଲେ। ଏହି ପଦକ୍ଷେପ ଦ୍ୱାରା ଏଭଳି ଲୋକମାନେ ନିରାଶ ହେବେ ବୋଲି ସେ କହିଥିଲେ। ତାଙ୍କର ଏଭଳି ଟ୍ବିଟକୁ ନେଇ ବିବାଦ ଆରମ୍ଭ ହେବା ସହ ରହିବାକୁ ଆବାସ ନଦେଇ ଭାରତ ବାହାରକୁ ପଠାଇବା ପାଇଁ ବ୍ୟବସ୍ଥା କର ବୋଲି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe