Image Courtesy of India Today
ନୂଆଦିଲ୍ଲୀ: ଉଗ୍ରବାଦୀମାନେ ଆକ୍ରମଣ କରିବାର ଆଶଙ୍କା ଥିବା ଦର୍ଶାଇ ଗୁରୁବାର ଦିନ ଆରମ୍ଭ ହୋଇଥିବା ‘କାୱଡ଼ ଯାତ୍ରା’ (ବୋଲ୍ ବମ୍) କରୁଥିବା ‘କାଉଡ଼ିଆ’ମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଠୋର କରିବା ଲାଗି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ରାଜ୍ୟ ସରକାରାମାନଙ୍କୁ ନିର୍ଦେଶ ଦେଇଛି।
‘ଇଣ୍ଟେଲିଜେନ୍ସ୍ ବ୍ୟୁରୋ’ ରିପୋର୍ଟକୁ ଭିତ୍ତିକରି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସମେତ କେତେକ ରାଜ୍ୟ ପ୍ରତି ଏହି ନିର୍ଦେଶନାମା ଜାରି କରାଯାଇଛି।
ବିପଦର ଆଶଙ୍କା ଥିବାରୁ ରେଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ‘ରେଲ୍ୱେ ବୋର୍ଡ’କୁ ମଧ୍ୟ ନିର୍ଦେଶ ଦିଆଯାଇଛି। ନିର୍ଦେଶାବଳି ଅନୁସାରେ, ‘କାୱଡ଼ ଯାତ୍ରା’ ବେଳେ ଯେକୌଣସି ପ୍ରକାରର ବିପଦର ମୁକାବିଲା କରିବା ଲାଗି ବହୁସଂଖ୍ୟକ ପୁଲିସ ମୁତୟନ କରାଯିବା ଉଚିତ।
Image Courtesy of Amarujalaକୋଭିଡ୍-୧୯ ମହାମାରୀ ଯୋଗୁଁ ବନ୍ଦ ଥିବା ‘କାଓଡ଼ ଯାତ୍ରା’ ୨ ବର୍ଷର ବ୍ୟବଧାନ ପରେ ଚଳିଚ ସପ୍ତାହର ଗୁରୁବାର ଦିନ ଆରମ୍ଭ ହୋଇଛି। ପବିତ୍ର ଗଙ୍ଗା ନଦୀରୁ ପାଣ ଉଠାଇବା ପାଇଁ ଚଳିତ ବର୍ଷ ପ୍ରାୟ ୪ କୋଟି କାଉଡ଼ିଆ ହରିଦ୍ବାର ଏବଂ ଋଷିକେଶରେ ପହଞ୍ଚିବେ ବୋଲି ସରକାରୀ ଅଧିକାରୀମାନେ ଆକଳନ କରିଛନ୍ତି।
ଗତକାଲି ଶ୍ରାବଣ ମାସର ପ୍ରଥମ ଦିନରେ ଆରମ୍ଭ ହୋଇଥିବା ‘କାୱଡ଼ ଯାତ୍ରା’ରେ ଭଗବାନ ଶିବଙ୍କର ଅସଂଖ୍ୟ ଭକ୍ତ ଗଙ୍ଗାନଦୀରୁ ପାଣି ଉଠାଇବା ଲାଗି ହରିଦ୍ବାରରେ ପହଞ୍ଚିଥିଲେ। ସେମାନଙ୍କ ସୁରକ୍ଷା ନିମନ୍ତେ କଡ଼ା ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା।
ଉତ୍ତର ପ୍ରଦେଶ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନ ଭଳି କେତେକ ରାଜ୍ୟରୁ କାଉଡ଼ିଆମାନେ ଗଙ୍ଗାନଦୀରୁ ପାଣି ଉଠାଇ ନିଜ ନିଜ ଅଞ୍ଚଳରେ ଥିବା ମହାଦେବଙ୍କ ଉପରେ ଢାଳିବା ଲାଗି ହରିଦ୍ବାର ଓ ଋଷିକେଶ ଆସନ୍ତି।
Follow Us