କାଏମ ହେଲା ମଦର ଟେରେସାଙ୍କ ଦାତବ୍ୟ ସଂସ୍ଥାନର ବିଦେଶୀ ପାଣ୍ଠି ଲାଇସେନ୍‌ସ୍‌

କାଏମ ହେଲା ମଦର ଟେରେସାଙ୍କ ଦାତବ୍ୟ ସଂସ୍ଥାନର ବିଦେଶୀ ପାଣ୍ଠି ଲାଇସେନ୍‌ସ୍‌

Image Courtesy of India Today

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମଦର ଟେରେସାଙ୍କଦ୍ବାରା ସଂସ୍ଥାପିତ ‘ମିସନାରିଜ୍‌ ଅଫ୍ ଚାରିଟି’ର ‘ଫରେନ୍‌ କଣ୍ଟ୍ରିବ୍ୟୁସନ୍ ରେଗୁଲେସନ୍‌ ଆକ୍ଟ’ ଲାଇସେନ୍‌ସ୍‌କୁ କାଏମ କରାଯାଇଛି ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟ ସୁନିଶ୍ଚିତ କରି କହିଛି। କୋଲ୍‌କାତାରେ ଥିବା ଏହି ଦାତବ୍ୟ ସଂସ୍ଥା ସମ୍ବନ୍ଧରେ ପ୍ରତିକୂଳ ମତାମତ ମିଳୁଥିବା ଦର୍ଶାଇ ଗୃହମନ୍ତ୍ରାଳୟ ଦୁଇ ସପ୍ତାହ ହେବ ତା’ର ଲାଇସେନ୍‌ସ୍‌ ନବିକରଣ କରିବାକୁ ଅଗ୍ରାହ୍ୟ କରି ଦେଇଥିଲା।

ସୂଚନାଯୋଗ୍ୟ, ପ୍ରାୟ ୬୦୦୦ ‘ଏନ୍‌ଜିଓ’ର ‘ଏଫ୍‌ସିଆର୍‌ସି’ ସମେତ ‘ମିସନାରିଜ୍‌ ଅଫ୍ ଚାରିଟି’ର ଲାଇସେନ୍‌ସ୍‌ ମଧ୍ୟ ରଦ୍ଦ କରିଦିଆଯାଇଥିଲା। ବିଦେଶରୁ ଆର୍ଥିକ ସହାୟତା ପାଇଁ ଆବଶ୍ୟକ ଉକ୍ତ ଲାଇସେନ୍‌ସ୍‌ ହରାଇ ସମଗ୍ର ଦେଶରେ ୨୪୦ରୁ ଅଧିକ ଅନାଥାଶ୍ରମ ଏବଂ ଦରିଦ୍ର, ରୁଗ୍‌ଣ ଓ ନିରାଶ୍ରୟମାନଙ୍କ ନିମନ୍ତେ ଆଶ୍ରୟସ୍ଥଳ ଚଳାଉଥିବା ଏହି ଦାତବ୍ୟ ଅନୁଷ୍ଠାନଟି ୨୫୦ରୁ ଊର୍ଦ୍ଧ୍ବ ଆକାଉଣ୍ଟ୍‌ରୁ ବିଦେଶୀ ପାଣ୍ଠି ପାଇବାରେ ଅସମର୍ଥ ହୋଇଥିଲା।

publive-image Image Courtesy of NDTV

କିନ୍ତୁ, ଲାଇସେନ୍‌ସ୍‌ ନବିକରଣ ନ କରାଇ ଦେବା ସମ୍ବନ୍ଧରେ ସରକାର ଏଯାବତ୍‌ କୌଣସି ବିବୃତି ଦେଇ ନାହାନ୍ତି। କିନ୍ତୁ, ଲାଇସେନ୍‌ସ୍‌ ନବିକରଣ କରାଯିବା ପରେ ସମ୍ପ୍ରତି ଦେଶରେ ସକ୍ରିୟ ଥିବା ୧୬,୦୦୦ରୁ ଊର୍ଦ୍ଧ୍ବ ‘ଏନ୍‌ଜିଓ’ଙ୍କ ତାଲିକାରେ ଭାରତରେ ୭୧ ବର୍ଷ ହେବ କାମ କରୁଥିବା ‘ମିସନାରିଜ୍‌ ଅଫ୍ ଚାରିଟି’ ପୁଣି ସାମିଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe