ରାଞ୍ଚୀ: ମିଅାଁମାର କନସଲେଟ୍ ଜେନେରାଲ ୟୁ ପାଇ ସୋ’ଙ୍କର ଆଜି ଝାଡ଼ଖଣ୍ଡରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁୁ ହୋଇଛି। ଜେନେରାଲ ସୋ ତାଙ୍କ ପତ୍ନୀଙ୍କ ସହ ତୀର୍ଥସ୍ଥାନ ବୋଧଗୟା ବୁଲିବାକୁ ଯାଇଥିଲେ। ତେବେ ଗୟାରୁ କୋଲକାତା ଅଭିମୁଖେ ଫେରୁଥିବା ବେଳେ ଝାଡ଼ଖଣ୍ଡର ଗିରିଡିହ ନିକଟରେ ସୋ’ଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାଫଳରେ ସୋ’ଙ୍କର ମୃତ୍ୟୁ ହୋଇଛି ଏବଂ ତାଙ୍କ ପତ୍ନୀ, ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭର ଆହତ ହୋଇଛନ୍ତି। ସୋଙ୍କ ଟୟଟା ଇନୋଭାକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ସଙ୍ଗେସଙ୍ଗେ ସେମାନଙ୍କୁ ନିକଟସ୍ଥ ମୀନା ଜେନେରାଲ ହସ୍ପିଟାଲ୍କୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସୋ’ଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସୋଙ୍କ ପତ୍ନୀ ତାଙ୍କ ସୁରକ୍ଷା କର୍ମୀଙ୍କ ସହ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେମାନେ ରାଞ୍ଚୀ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଘଟଣାଟି ନିମିୟାଘାଟି ପୁଲିସ ଷ୍ଟେସନ୍ ଅଧିନରେ ଘଟିଥିବା ଝାଡ଼ଖଣ୍ଡ ପୁଲିସ ପ୍ରବକ୍ତା ଆରକେ ମଲ୍ଲିକ୍ କହିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଖୁବର ଦାସ ଘଟଣାରେ ଗଭୀବ ଶୋକ ପ୍ରକାଶ କରିଛନ୍ତି। ପୁଲିସ ମତରେ ସୋ ମିଅାଁମାର କନସଲେଟ୍ ଜେନେରାଲ ଭାବେ କୋଲକାତାରେ କାର୍ଯ୍ୟରତ ଥିଲେ।
ଦୁର୍ଘଟଣାରେ ମିଅାଁମାର କନସଲେଟ୍ ଜେନେରାଲଙ୍କ ମୃତ୍ୟୁ
Advertisment
Follow Us