ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କ ଅପହରଣ ଓ ଧର୍ମ ପରିବର୍ତ୍ତନ ପଛର ମୁଖ୍ୟ ଖଳନାୟକ- ମିଆଁ ମିଠୁ

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କ ଅପହରଣ ଓ ଧର୍ମ ପରିବର୍ତ୍ତନ ପଛର ମୁଖ୍ୟ ଖଳନାୟକ- ମିଆଁ ମିଠୁ

କରାଚି : ପାକିସ୍ତାନରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର କାହାଠାରୁ ଲୁଚି ନାହିଁ । ପରିସ୍ଥିତି ଏପରି ହୋଇଛି ଯେ ହିନ୍ଦୁ ଝିଅମାନଙ୍କୁ ଦିବାଲୋକରେ ଉଠାଇ ନିଆଯାଉଛି ଓ  ମୁସଲମାନ ପୁଅମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି । ପୁଲିସ ମଧ୍ୟ ଏ ସମ୍ପର୍କିତ ଏଫଆଇଆର ରଖୁନାହିଁ । ଏସବୁ ଧର୍ମାନ୍ତରୀକରଣ କରୁଥିୁବା ଲୋକଙ୍କ ମଧ୍ୟରୁ ଯେଉଁ ଲୋକର ନାଁ ସବୁଠାରୁ ଆଗରେ ଆସେ ତା ନାଁ ହେଉଛି  ଅବଦୁଲ ହକ୍ ଓରଫ ମିଆଁ ମିଥୁ । ସେ ସିନ୍ଧ ପ୍ରଦେଶରେ ନିଜର ନେଟଓ୍ବାର୍କ ଚଳାଇଛି ।

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ବଳପୂର୍ବକ ଧର୍ମାନ୍ତରିତ କରିଥିବା କୁଖ୍ୟାତ ମୌଲବୀ ମିଆଁ ମିଥୁ ହେଉଛି ପାକିସ୍ତାନର ଧର୍ମାନ୍ତର କାରଖାନାର ମାଷ୍ଟରମାଇଣ୍ଡ। ଆମେ ହଜାର ହଜାର ଲୋକଙ୍କୁ ଧର୍ମାନ୍ତରଣ କରିଛୁ, ୫୦ରୁ ଅଧିକ ଲୋକଙ୍କୁ ଗୋଟିଏ ଥରରେ ଧର୍ମାନ୍ତରିତ କରାଯାଇଛି ବୋଲି ସେ ଗର୍ବର ସହ କହେ ।

ଅନେକ ଗାଁର ସବୁ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିବା ସେ ସ୍ବୀକାର କରିଛି । ଅନେକ ହିନ୍ଦୁ , ଶିଖ ଓ ଖ୍ରୀଷ୍ଟିଆନ ଝିଅଙ୍କ ଧର୍ମାନ୍ତରୀତ କରିଥିବା ସେ କହିଛି ।

ସେ ମଧ୍ୟ ବିବାଦୀୟ ଭାଷଣ ଦେଇ ସାଂପ୍ରଦାୟିକ ସଦ୍ଭାବ ବିଗାଡୁଥିବା ଅଭିଯୋଗ ହେଉଛି । ଏହି ବିବାଦୀୟ ବ୍ୟକ୍ତି ଉପରେ ବ୍ରିଟେନ ସରକାର କଟକଣା ଲଗାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe