ନିଜ ଦେଶକୁ ଫେରିବାକୁ ଚାହୁଁନାହାଁନ୍ତି ମିଆଁମାର ଶରଣାର୍ଥୀ

Advertisment
ନିଜ ଦେଶକୁ ଫେରିବାକୁ ଚାହୁଁନାହାଁନ୍ତି ମିଆଁମାର ଶରଣାର୍ଥୀ

ଏଜଲ : ଗତବର୍ଷ ନଭେମ୍ବର ମାସରେ ଅରାକାନ ବିଦ୍ରୋହୀ ଏବଂ ମିଆଁମାର ସେନାବାହିନୀ ଭିତରେ ସଂଘଟିତ ହୋଇଥିବା ସଂଘର୍ଷ ପରେ ଭାରତର ମିଜୋରାମରେ ଆଶ୍ରୟ ନେଇଥିବା ୧୪୦୦ ଶରଣାର୍ଥୀ ଏବେ ନିଜ ଦେଶକୁ ଫେରିବାକୁ ସିଧାସଳଖ ମନା କରିଦେଇଛନ୍ତି। ପ୍ରାୟ ଗୋଟେ ମାସ ହେବ ମିଆଁମାର ସେନା ଏବଂ ଅରାକାନ ବିଦ୍ରୋହୀମାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲେ ମଧ୍ୟ ସେନା ପ୍ରତି ସେମାନଙ୍କ ମନରେ ଏବେ ସୁଦ୍ଧା ଭୟ ବସା ବାନ୍ଧି ରହିଛି। ଯେଉଁଥିପାଇଁ ସେମାନେ ନିଜ ଦେଶକୁ ଫେରିବାକୁ ଇଚ୍ଛୁକ ନଥିବା ପୁଲିସ କହିଛି। ମିଜୋରାମର ସୀମାବର୍ତ୍ତୀ ୨ଟି ଗାଁରେ ଶରଣାର୍ଥୀ ଶିବିରରେ ସେମାନଙ୍କୁ ରଖାଯାଇଛି। ତେବେ ମିଆଁମାରରେ ପରିସ୍ଥିତି ସୁଧୁରୁଥିବାରୁ ସେମାନଙ୍କୁ ବୁଝାସୁଝା କରି ଭବିଷ୍ୟତରେ ନିଜ ଦେଶକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୨୫ ପରେ ପ୍ରାୟ ୧୪ ଶହ ମିଆଁମାର ଶରଣାର୍ଥୀ ନିଜ ଦେଶରୁ ଆସି ମିଜୋରାମ-ମିଆଁମାର ସୀମାରେ ଥିବା ୪ଟି ଗାଁ ଲୈତଲାଙ୍ଗ, ଦମଜୌତଲାଙ୍ଗ, ଜୋଚାଛୁଆ ଏବଂ ହମାବଙ୍ଗବୁଛୁଆରେ ଆଶ୍ରୟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe