ଅଗସ୍ତା ୱେଷ୍ଟଲାଣ୍ଡ ଦୁର୍ନୀତି: ୩୦୦୦ ପୃଷ୍ଠାର ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କଲା ଇଡି; ଫସିବେ କି ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ!

Advertisment
ଅଗସ୍ତା ୱେଷ୍ଟଲାଣ୍ଡ ଦୁର୍ନୀତି: ୩୦୦୦ ପୃଷ୍ଠାର ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କଲା ଇଡି; ଫସିବେ କି ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ!

Hindustan Times

ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣାରେ ହୋଇଥିବା ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି (ଶୁକ୍ରବାର) ଅଦାଲତରେ ୩୦୦୦ ପୃଷ୍ଠାର ଏକ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଛି। ପ୍ରଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅଧୀନରେ ତଦନ୍ତ କରି ଇଡି ଅଦାଲତରେ ଆଗତ କରିଥିବା ଏହି ଚାର୍ଜସିଟ୍‌ ବା ଅଭିଯୋଗ ଫର୍ଦ୍ଦରେ, ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆପି ହେଲିକପ୍ଟର କିଣାରେ ୭୦ ମିଲିୟନ ୟୁରୋ (ଭାରତୀୟ ମୁଦ୍ରାରେ ୫୧୫ କୋଟି)ର ଲାଞ୍ଚ କାରବାର ହୋଇଥିବା ଦର୍ଶାଇଛି।

publive-image

ଆଉ ଏହି ୫୧୫ କୋଟି ଟଙ୍କାର ଲାଞ୍ଚକୁ କମ୍ପାନିର ମଧ୍ୟସ୍ଥି ଖ୍ରୀଷ୍ଟିୟାନ ମାଇକେଲ ଜେମସ୍‌ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କ ମାର୍ଫତରେ ତତ୍କାଳୀନ ଉପା ସରକାରର କିଛି ବରିଷ୍ଠ ରାଜନେତା, ଏୟାର ଫୋର୍ସ ଅଧିକାରୀ ଓ କ୍ଷମତାଶାଳୀ ପ୍ରଶାସକଙ୍କୁ ପ୍ରଦାନ କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଆଗତ ଚାର୍ଜସଟ୍‌ରେ କହିଛି ଇଡି। ଏଥିସହ ଏହି ଦୁର୍ନୀତି ନେଇ ଜବତ ହୋଇଥିବା ଦସ୍ତାବିଜ୍‌ରେ କମ୍ପାନିର ମଧ୍ୟସ୍ଥି ଖ୍ରୀଷ୍ଟିୟାନ ମାଇକେଲ ଜେମସ୍‌ ଠାରରେ ଯେଉଁ ‘ଏପି’ ଓ ‘ଏଫଏଏମ୍‌’କୁ ଲାଞ୍ଚ ଦେଇଥିବା ନେଇ ଉଲ୍ଲେଖ କରିଥିଲେ, ତାହାର ଖୁଲାସା ମଧ୍ୟ ଏହି ଚାର୍ଜସିଟ୍‌ରେ କରିଛି ଇଡି। ‘ଏପି’ କଂଗ୍ରେସର ବରିଷ୍ଠ ନେତା ‘ଅହମ୍ମଦ ପଟେଲ’ଙ୍କ ପାଇଁ ବ୍ୟବହୃତ ହୋଇଥିବା ବେଳେ ‘ଏଫଏଏମ୍‌’ ‘ଫ୍ୟାମିଲି’ ପାଇଁ ବ୍ୟବହୃତ ହୋଇଥିବା ଗିରଫ ଅଭିଯୁକ୍ତମାନଙ୍କର ବୟାନ ଆଧାରରେ ଇଡି ପକ୍ଷରୁ ଅଦାଲତରେ ଆଗତ ହୋଇଥିବା ଚାର୍ଜସିଟ୍‌ରେ ଦର୍ଶା ଯାଇଥିବା ଜାଣିବାକୁ ମିଳିଛି।

publive-image

ଉଲ୍ଲେଖଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଚିବ ରହିଥିବା ବେଳେ ଏବେ ଦଳର ରାଜ୍ୟସଭା ସାଂସଦ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe