ଟ୍ରମ୍ପ୍‌ଙ୍କୁ ଟାର୍ଗେଟ୍‌ କଲେ ମିସେଲ ଓବାମା, କହିଲେ ଆମେରିକା ପାଇଁ ସେ ଯୋଗ୍ୟ ରାଷ୍ଟ୍ରପତି ନୁହଁନ୍ତି

ଟ୍ରମ୍ପ୍‌ଙ୍କୁ ଟାର୍ଗେଟ୍‌ କଲେ ମିସେଲ ଓବାମା, କହିଲେ ଆମେରିକା ପାଇଁ ସେ ଯୋଗ୍ୟ ରାଷ୍ଟ୍ରପତି ନୁହଁନ୍ତି

Teen Vogue

ୱାସିଂଟନ: ଆମେରିକାର ପୂର୍ବତନ ପ୍ରଥମ ମହିଳା ମିସେଲ ଓବାମା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି। ଟ୍ରମ୍ପ୍‌ ଆମେରିକା ପାଇଁ ଯୋଗ୍ୟ ରାଷ୍ଟ୍ରପତି ନୁହଁନ୍ତି। ଏଣୁ ଆମେରିକାବାସୀ ଆସନ୍ତା ନଭେମ୍ବରରେ ଜୋ ବାଇଡେନ୍‌ଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାକୁ ମିସେଲ୍‌ ଓବାମା ଆହ୍ବାନ ଜଣାଇଛନ୍ତି। ଜୋ ବାଇଡେନ୍‌ ଜଣେ ସ୍ଥିର ସ୍ବଭାବର ବ୍ୟକ୍ତି ଏବଂ ସାଧାରଣ ଲୋକଙ୍କ ପ୍ରତି ତାଙ୍କ ବ୍ୟବହାର ଅତି ଉତ୍ତମ। ଏଣୁ ହ୍ବାଇଟ୍‌ ହାଉସ୍‌କୁ ଏଭଳି ଜଣେ ନେତାଙ୍କୁ ନିର୍ବାଚିତ କରିବାକୁ ମିସେଲ ଆମେରିକାବାସୀଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ଆମେରିକାରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏସବୁ ଅବ୍ୟବସ୍ଥାକୁ ଦୂରେଇବାକୁ ହେଲେ ଜୋ ବାଇଡେନ୍‌ ହିଁ ଯୋଗ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ବୋଲି ମିସେଲ୍‌ କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୦୦୯ରୁ ୨୦୧୭ ଯାଏ ବାରାକ୍‌ ଓବାମା ଆମେରିକାର ରାଷ୍ଟ୍ରପତି ଥିବାବେଳେ ଜୋ ବାଇଡେନ୍‌ ଉପ ରାଷ୍ଟ୍ରପତି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe