ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଠପ୍, ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ସେବା ଠପ୍

ଆପଲ୍‌କୁ ହଟାଇ ମାଇକ୍ରୋସଫ୍ଟ ବିଶ୍ବର ସବୁଠୁ ମୂଲ୍ୟବାନ କମ୍ପାନି

CNET

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ବୈଷୟିକ କମ୍ପାନୀ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଯାଇଛି | ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ସେବା ଠପ୍ ହୋଇଯାଇଥିବାବେଳେ ଏହାଦ୍ୱାରା ବ୍ୟାଙ୍କିଂ ସହ ବିମାନ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି | ୱିଣ୍ଡୋଜ୍ ସେବାରେ ସମସ୍ୟା ହେତୁ ସମଗ୍ର ବିଶ୍ୱରେ ଉପଭୋକ୍ତାମାନେ ଅସୁବିଧାରେ ପଡିଯାଇଛନ୍ତି | ଏହା ଦ୍ୱାରା ମାଇକ୍ରୋସଫ୍ଟର ଅପରେଟିଂ ସିଷ୍ଟମରେ କାର୍ଯ୍ୟ କରୁଥିବା ବ୍ୟକ୍ତିଗତ କମ୍ପ୍ୟୁଟର ଏବଂ ଲାପଟପ୍ କୁ ମଧ୍ୟ ପ୍ରଭାବିତ କରିଛି | ତେବେ ମାଇକ୍ରୋସଫ୍ଟର ଏଭଳି ଠପ ହେବା ପରେ ବିମାନବନ୍ଦରରେ ବିମାନସେବା ଗୁରୁତର ପ୍ରଭାବିତ ହୋଇଛି | ଦିଲ୍ଲୀ ବିମାନବନ୍ଦର ସହ ଅନ୍ୟ ବିମାନବନ୍ଦରରେ ଯାତ୍ରୀମାନେ ଚେକ ଇନ ସମସ୍ୟାରେ ଶିକାର ହୋଇଛନ୍ତି |

ଭାରତରେ ସ୍ପାଇସ୍ ଜେଟ୍, ଆକାସା ଏୟାରଲାଇନ୍ସ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଭଳି ବିମାନ କମ୍ପାନୀ ୱିଣ୍ଡୋଜ୍ ୧୦ ଆଉଟେଜ ଦ୍ୱାରା ପ୍ରଭାବିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନେକ ବିମାନ ସେବା ସେବା ପ୍ରଭାବିତ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଏୟାରଲାଇନ୍ସ ଫ୍ରଣ୍ଟିଅର୍ କିଛି ବିମାନକୁ ବାତିଲ୍ କରିବାକୁ ବାଧ୍ୟ ହୋଇଥିଲା। ସାଇବର ବିଶେଷଜ୍ଞଙ୍କ ସୂଚନା ମୁତାବକ ଜର୍ମାନୀରେ ବ୍ୟାଙ୍କିଙ୍ଗ୍, ଟେଲିକମ୍, ମିଡିଆ ଆଉଟଲେଟ୍ ଏବଂ ଏୟାରଲାଇନ୍ସର ସେବା ପ୍ରଭାବିତ ହେଉଛି। ଏହାର ପ୍ରଭାବ ଦୁବାଇ ବିମାନବନ୍ଦରରେ ମଧ୍ୟ ଦୃଶ୍ୟମାନ ହେଉଛି | ମାଇକ୍ରୋସଫ୍ଟ ସର୍ଭର ଠପ ହେବା ପରେ ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜକୁ ମଧ୍ୟ ପ୍ରଭାବିତ କରିଛି | ବିମାନବନ୍ଦର ସେବା ବ୍ୟତୀତ ରେଳ, ବ୍ୟାଙ୍କିଙ୍ଗ୍, ଷ୍ଟକ୍ ଏକ୍ସଚେଞ୍ଜ, ଅନଲାଇନ୍ ଷ୍ଟୋର, ଡାକ୍ତରଖାନା ଓ ଆଇଟି କ୍ଷେତ୍ର ବିଶେଷ ପ୍ରଭାବ ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe