କୋଲକାତା ଆକାଶରେ ଦୁର୍ଘଟଣାରୁ ବର୍ତ୍ତିଲେ ଦୁଇ ଯାତ୍ରୀବାହୀ ବିମାନ

କୋଲକାତା ଆକାଶରେ ଦୁର୍ଘଟଣାରୁ ବର୍ତ୍ତିଲେ ଦୁଇ ଯାତ୍ରୀବାହୀ ବିମାନ

କୋଲ୍‌କାତା: ସୋମବାର ଦିନ ୩୫୦ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଦୁଇଟି ବିମାନ କୋଲ୍‌କାତା ଆକାଶରେ ଧକ୍କା ଖାଇବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅନ୍‌-ବୋର୍ଡ କୋଲିସନ୍‌ ଓ୍ଵାର୍ଣ୍ଣିଙ୍ଗ୍‌ ସିଷ୍ଟମ୍‌ ସତର୍କ କରାଇ ଦେବାରୁ ବିମାନ ଦୁଇଟି ପରସ୍ପର ଠାରୁ ଦୂରେଇ ଯାଇ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି।

ଏହି ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି। ଜଣେ ରାଡାର୍‌ କଣ୍ଟ୍ରୋଲର୍‌ ଏବଂ ଜଣେ ପ୍ରଡ୍ୟୁସର୍‌ କଣ୍ଟ୍ରୋଲର୍‌ଙ୍କ ସମେତ ଦୁଇ ଜଣ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଅଧିକାରୀଙ୍କୁ ନେଇ ଏକ ବେଞ୍ଚ୍‌ ଗଠନ କରାଯାଇଛି। ତଦନ୍ତକାରୀମାନେ କଣ୍ଟ୍ରୋଲର୍‌ ଏବଂ ପାଇଲଟ୍‌ମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ଟେପ୍‌ ଏବଂ ରାଡାର୍‌ ଡାଟା ସମୀକ୍ଷା କରିବେ।

କୋଲ୍‌କାତା ଏୟାର୍‌ ପୋର୍ଟ ଅଧିକାରୀଙ୍କ କହିବା ଅନୁସାରେ, କୋଲ୍‌କାତାରୁ ବରୋଦା ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନକୁ ୨୯, ୦୦୦ ଫୁଟ୍‌ ଉଚ୍ଚକୁ ଉଠିବାକୁ ଏଟିସି କହିଥିଲା। ଏତିକିବେଳେ ବରୋଦାରୁ ପହଞ୍ଚୁଥିବା ଏୟାର୍‌ ଏସିଆର ଏକ ବିମାନକୁ ସମାନ ଉଚ୍ଚତାରୁ ଅବତରଣ କରିବାକୁ କୁହାଯାଇଥିଲା।

ତେଣୁ, ସର୍ବନିମ୍ନ ଉଚ୍ଚତାରେ ତାରତମଞ ନ ଥାଇ ବିମାନ ଦୁଇଟି ପରସ୍ପର ଆଡ଼କୁ ମାଡ଼ି ଆସିବାରୁ ଧକ୍କା ଖାଇବା ଥିଲା ସୁନିଶ୍ଚିତ। ଦୁଇ ବିମାନ ମଧ୍ୟରେ ପ୍ରାୟ ୨୦୦ ଫୁଟ୍‌ ଦୂରତା ଥିବାବେଳେ ଅନ୍‌-ବୋର୍ଡ କୋଲିସନ୍‌ ଆଭଏଡ୍‌ ସିଷ୍ଟମ୍‌ ସତର୍କ କରାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe