ମଝି ଆକାଶରେ ବାହାରିଗଲା ବିମାନର ଝରକା ଫ୍ରେମ୍ , ଯାତ୍ରୀ ଭୟଭୀତ

ବିମାନର କୌଣସି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇନି କି ଇନ୍ଧନ ସରିଯାଇନି ବରଂ ବିମାନର ଝରକା ଫ୍ରେମ୍ ବାହାରିଯାଇଥିବାର ଘଟଣା ସାମ୍ନାକୁ ଆସିଛି । ମଝି ଆକାଶରେ ଯାତ୍ରୀଙ୍କ ଭିତରେ ଆତଙ୍କ ଖେଳିଯାଇଥିବା ଦେଖିବାକୁ ମିଳିଛି

spice jet

ନୂଆଦିଲ୍ଲୀ: ବିମାନରେ ଅଘଟଣକୁ ନେଇ ଆସିଲା ପୁଣି ଏକ ଖବର । ଯେଉଁଠି ବିମାନର କୌଣସି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇନି କି ଇନ୍ଧନ ସରିଯାଇନି ବରଂ ବିମାନର ଝରକା ଫ୍ରେମ୍ ବାହାରିଯାଇଥିବାର ଘଟଣା ସାମ୍ନାକୁ ଆସିଛି । ମଝି ଆକାଶରେ ବିମାନ ଭିତରର ଝରକା ଫ୍ରେମ୍ ହଠାତ୍ ହୁଗୁଳା ହୋଇ ବାହାରିଯିବା ପରେ ଯାତ୍ରୀଙ୍କ ଭିତରେ ଆତଙ୍କ ଖେଳିଯାଇଥିବା ଦେଖିବାକୁ ମିଳିଛି ।

ତେବେ ମଙ୍ଗଳବାର ଦିନ ଗୋଆରୁ ପୁଣେ ଅଭିମୁଖେ ଉଡାଣ ଭରିଥିବା ସ୍ପାଇସ୍ ଜେଟ୍ ବିମାନ ଏସଜି୧୦୮୦ ଆକାଶରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବା ବେଳେ ହଠାତ୍ ସିଟ୍ ପାଖକୁ ଲାଗିଥିବା ଭିତର ଝରକା ଫ୍ରେମ୍ ବାହାରକୁ ବାହାରି ଆସିଥିଲା । ଝରକାର ଫ୍ରେମ୍ ହଠାତ୍ ବାହାରି ଆସିବା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ ଏବଂ ଅସନ୍ତୋଷ ବ୍ୟକ୍ତ କରିଥିଲେ । 

ଯଦିଓ ବିମାନ ସଦସ୍ୟ ଏହା କୌଣସି ବିପଦ ନୁହେଁ ବୋଲି କହିଥିଲେ ମାତ୍ର ଯାତ୍ରୀଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଥିଲା । ବିମାନଟି ପୁଣେରେ ସୁରକ୍ଷିତ ଅବତରଣ କରିବା ପରେ ଝରକାର ମରାମତି କରାଯାଇଥିଲା । ତେବେ ଅଘଟଣ ସମୟରେ ଜଣେ ଯାତ୍ରୀ ଏହି ଭିଡିଓ କରିଥିବା ବେଳେ ଏହା ବେସ୍ ଭାଇରାଲ ହେଉଛି ।

ସେପଟେ ଏହି ଘଟଣା ପରେ ସ୍ପାଇସ୍ ଜେଟ୍ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । କମ୍ପାନି ପକ୍ଷରୁ କୁହାଯାଇଛି-

ଭାଙ୍ଗିଯାଇଥିବା ଅଂଶଟି ବିମାନ ଭିତରକୁ ଖରା ନଆସିବା ପାଇଁ ଲଗାଯାଇଥାଏ । ଛାଇ ପାଇଁ ଏହା ଝରକା ଉପରେ ଲଗାଯାଇଥିଲା ଯାହା କୌଣସି ପ୍ରକାରେ ବିମାନର ସୁରକ୍ଷାକୁ ବିପଦରେ ପକାଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe