ବଜେଟରେ ମଧ୍ୟବିତ୍ତଙ୍କୁ ଭଲଖବର ମିଳିବ ?

ବଜେଟରେ ମଧ୍ୟବିତ୍ତ ଶ୍ରେଣୀକୁ ସହାୟତା କଲା ଭଳି କେତେକ ପଦକ୍ଷେପ ଘୋଷଣା ହେବାର ସମ୍ଭାବନା ରହିଛି । ଆଜି ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣରୁ ଏହାର ସଂକେତ ମିଳିଛି ।

ଆଣ୍ଡାମାନରେ ଦୀପାବଳି ପାଳିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ଫେବ୍ରୁଆରି ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ବଜେଟରେ ମଧ୍ୟବିତ୍ତ ଶ୍ରେଣୀକୁ ସହାୟତା କଲା ଭଳି କେତେକ ପଦକ୍ଷେପ ଘୋଷଣା ହେବାର ସମ୍ଭାବନା ରହିଛି । ଆଜି ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣରୁ ଏହାର ସଂକେତ ମିଳିଛି ।

ମୋଦୀ ଶୁକ୍ରବାର ସଙ୍କେତ ଦେଇଥିଲେ ଯେ ଏଥର ଗରିବ, ମଧ୍ୟବିତ୍ତ ଓ ମହିଳାଙ୍କ ପାଇଁ ନୂଆ ପଦକ୍ଷେପ ଘୋଷଣା ହୋଇପାରେ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଧନ ଓ ସମୃଦ୍ଧି ସହ ଜଡ଼ିତ ମା' ଲକ୍ଷ୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗଣମାଧ୍ୟମକୁ ନିଜର ପାରମ୍ପରିକ ଅଭିଭାଷଣ ଆରମ୍ଭ କରିଥିଲେ ମୋଦୀ। ଆଗାମୀ ସାଧାରଣ ବଜେଟକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗରିବ ଓ ମଧ୍ୟବିତ୍ତ ନାଗରିକଙ୍କୁ ମା' ଲକ୍ଷ୍ମୀଙ୍କ ଠାରୁ ବିଶେଷ ଆଶୀର୍ବାଦ ମିଳୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନକୁ ମଧ୍ୟବିତ୍ତଙ୍କ ପାଇଁ ଟିକସ ରିହାତି ସହ ଯୋଡ଼ାଯାଉଛି। ସରକାର ଏଥର ଟିକସ ସ୍ଲାବ୍ ବା ଷ୍ଟାଣ୍ଡାର୍ଡ ଡିଡକ୍ସନରେ ପରିବର୍ତ୍ତନ କରିପାରନ୍ତି ବୋଲି ଅନେକ ଦିନ ହେବ ଆଶା କରାଯାଉଥିଲା। ଏହାବ୍ୟତୀତ ଧାର୍ମିକ ଓ ସାମ୍ପ୍ରଦାୟିକ ଭେଦଭାବମୁକ୍ତ ମହିଳାଙ୍କ ପାଇଁ ସମାନ ଅଧିକାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ବାରୋପ କରି ବଜେଟ ଅଧିବେଶନରେ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଶାସକ ବିଜେପିର କଲ୍ୟାଣକାରୀ ପଦକ୍ଷେପର କେନ୍ଦ୍ରବିନ୍ଦୁ ପାଲଟିଥିବା ମହିଳାଙ୍କ ସମ୍ମାନ ପ୍ରତିଷ୍ଠା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe