indiatoday
ଲକ୍ଷ୍ନୌ: ଜାମିନ ଆଦେଶରେ ପୂରା ନାଁ ନଥିବାରୁ ଅଧିକ ୮ମାସ ଜେଲରେ ରହିଲେ ଯୁବକ। ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି ପ୍ରୟାଗରାଜର ସିଦ୍ଧାର୍ଥ ନଗର ଜେଲରେ ଥିବା ଜଣେ କଏଦୀଙ୍କ ସହ। ଜାମିନ ଆଦେଶରେ କଏଦୀଙ୍କ ନାଁ ଲେଖିବାରେ ସାମାନ୍ୟ ଭୁଲ ହୋଇ ଯାଇଥିବାରୁ ତାଙ୍କୁ ଅଧିକ ୮ମାସ ଜେଲରେ ରହିବାକୁ ପଡ଼ିଥିବା ଜଣାପଡ଼ିଛି।
ଜାମିନ ଆଦେଶରେ କଏଦୀଙ୍କ ନାଁ ସଂପୂର୍ଣ୍ଣ ନଥିବାରୁ ଜେଲ ଅଧୀକ୍ଷକ ତାଙ୍କୁ ଛାଡ଼ିବାକୁ ମନା କରିଦେଇଥିଲେ। କଏଦୀଙ୍କ ନାଁ ବିନୋଦ କୁମାର ବରୁଆର ହୋଇଥିବା ବେଳେ ଜାମିନ ଆଦେଶରେ ବିନୋଦ ବରୁଆର ଲେଖାଥିଲା। ତେବେ ଜେଲ ଅଧୀକ୍ଷକଙ୍କ ଏଭଳି ଆଚରଣକୁ ତୀବ୍ର ନିନ୍ଦା କରିବା ସହ ତାଗିଦ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ।
Live Lawସୂଚନା ମୁତାବକ, ସେପ୍ଟେମ୍ବର ୪, ୨୦୧୯ରେ ଅଭିଯୁକ୍ତ ବିନୋଦ ବରୁଆରଙ୍କ ଜାମିନ ଆବେଦନକୁ ଏକ ସେସନ୍ କୋର୍ଟ ଖାରଜ କରିବା ପରେ ସେ ଆହ୍ଲାବାଦ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ମାଲାର ଶୁଣାଣିି କରି ଏପ୍ରିଲ ୯, ୨୦୨୦ ରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା, କିନ୍ତୁ ରିମାଣ୍ଡ ଆଦେଶ ଏବଂ ଜାମିନ ଆଦେଶରେ ନାଁ ସମାନ ନଥିବାରୁ ବରୁଆରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜେଲରୁ ମୁକ୍ତ କରାଯାଇ ନାହିଁ। ପରେ ସେ ନିଜ ନାଁ ସଂଶୋଧନ ପାଇଁ ଆବେଦନ କରିବାରୁ ଏହା ହାଇକୋର୍ଟଙ୍କ ନଜରକୁ ଆସିଥିଲା। ଏବେ ବରୁଆରଙ୍କୁ ମୁକ୍ତ କରିବା ପାଇଁ କହିବା ସହ ଭବିଷ୍ୟତରେ ଏଭଳି ଭୁଲ ନକରିବାକୁ ଆହ୍ଲାବାଦ ହାଇକୋର୍ଟ ଜେଲ ଅଧୀକ୍ଷକଙ୍କୁ କହିଛନ୍ତି।
Follow Us