Image Courtesy of The Times of India
ହାଇଦ୍ରାବାଦ: ହାଇଦ୍ରାବାଦର କଞ୍ଚନବାଗ ଅଞ୍ଚଳରେ ଥିବା ‘ମିଶ୍ର ଧାତୁ ନିଗମ ଲିମିଟେଡ୍’ରେ (ମିଧାନି) ନିର୍ମାଣ ଚାଲିଛି ସେନାବାହିନୀ ନିମନ୍ତେ ଆନ୍ତର୍ଜାତିକ ମାନର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ସୁରକ୍ଷା ପ୍ରଦାନକାରୀ ହେଲ୍ମେଟ୍।
ଏହି ବୁଲେଟ୍-ପ୍ରୁଫ୍ ଜ୍ୟାକେଟ୍ ନିର୍ମାଣ ବୈଷୟିକ କୌଶଳ ‘ଭାବା ଆଟମିକ୍ ରିସର୍ଚ ସେଣ୍ଟର୍’ରେ ବିକଶିତ ହୋଇଥିବା କାରଣରୁ ଏହାର ନାଁ ଦିଆଯାଇଛି ‘ଭାବା କବଚ’। ଏ କେ-୪୭ ବନ୍ଧୁକରୁ ନିକ୍ଷେପ କରାଯାଇଥିବା ଗୁଳିକୁ ମଧ୍ୟ ଏହି ଜ୍ୟାକେଟ୍ ପ୍ରତିରୋଧ କରିପାରିବ। ନମୁନା ସ୍ବରୂପ ଏହି ଜ୍ୟାକେଟ୍ରୁ କେତେ ଶହ ଖଣ୍ଡ ପାରାମିଲିଟାରି ଫୋର୍ସଙ୍କ ଲାଗି ଯୋଗାଇ ଦିଆଯାଇଛି।
Image Courtesy of I am Gujrat‘ମିଧାନି’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ଝା କହନ୍ତି, ବିପୁଳ ପରିମାଣର ଏଭଳି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଯୋଗାଇ ଦେବାକୁ ଆମେ ବୈଷୟିକ ବିଦ୍ୟାରେ ପାରଙ୍ଗମତା ହାସଲ କରିଛୁ। ଏହାଛଡ଼ା ସମଗ୍ର ବିଶ୍ବରେ ବିକଶିତ କରାଯାଉଥିବା ଗୁଳିଗୋଳା ଉପରେ ବି ଆମେ ନଜର ରଖିଛୁ ଓ ସେହି ଅନୁସାରେ ‘ଭାବା କବଚ’କୁ ଉନ୍ନତ କରିବୁ।
କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଓ ‘ବିଆଇଏସ୍ ଲେବେଲ୍-୬’ ବରାଦ ମୁତାବକ ଏହି ଜ୍ୟାକେଟ୍ ସବୁ ନିର୍ମିତ ହୋଇଛି। ଜ୍ୟାକେଟ୍ ବ୍ୟତିରେକେ, ‘ମିଧାନି’ରେ ସଶସ୍ତ୍ରବାହିନୀ ଗାଡ଼ି ଲାଗି ସାଞ୍ଜୁ ଏବଂ ହେଲ୍ମେଟ୍ ମଧ୍ୟ ପ୍ରସ୍ତୁତ କରେ।
Follow Us