ରାତି ଅଧରେ ‘ଏମ୍‌ସିଡି ହାଉସ୍‌’ରେ ତୁମୁଳ କାଣ୍ଡ: ବୋତଲ ଫିଙ୍ଗାଫିଙ୍ଗି ହେଲେ ‘ବିଜେପି’ ଓ ‘ଆପ୍‌’ କାଉନ୍‌ସିଲର୍‌

ରାତି ଅଧରେ ‘ଏମ୍‌ସିଡି ହାଉସ୍‌’ରେ ତୁମୁଳ କାଣ୍ଡ: ବୋତଲ ଫିଙ୍ଗାଫିଙ୍ଗି ହେଲେ ‘ବିଜେପି’ ଓ ‘ଆପ୍‌’ କାଉନ୍‌ସିଲର୍‌

Image Courtesy of NDTV

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ୬ ସଦସ୍ୟବିଶିଷ୍ଟ ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ନିର୍ବାଚନ ସମୟର ତୁମୁଳକାଣ୍ଡ ଘଟିବାରୁ ‘ଦିଲ୍ଲୀ ନଗର ନିଗମ’ ଗୃହ ପୁଣି ଥରେ ମୁଲତବୀ ରଖାଯାଇଛି।

ପରିସ୍ଥିତି ଏଭଳି ହେଲା ଯେ, ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରାତ୍ରଯାଏ ଚାଲିଗଲା। ଘଟଣାସ୍ଥଳରୁ ଉତ୍ତୋଳନ କରାଯାଇଥିବା ଫଟୋ ଓ ଭିଡିଓରେ କାଉନ୍‌ସିଲ୍‌ରମାନେ ଚିତ୍କାର କରିବା, ପରସ୍ପରକୁ ଧକ୍କା ଓ ମୁଥ ମାରିବା, ପାଣି ବୋତଲ ଓ କାଗଜ ଖୋଳ ଫିଙ୍ଗିବା ଏବଂ ପାଣି ବୋତଲ ଖୋଲି ପାଣି ଢାଳୁଥିବା ଦେଖାଯାଉଛି।

ନବନିର୍ବାଚିତା ଦିଲ୍ଲୀ ମେୟର୍‌ ଶେଲି ଓବେରୟି ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପରିଚାଳନା କରିବା ବେଳେ ‘ବିଜେପି’ କାଉନ୍‌ସିଲର୍‌ମାନେ ତାଙ୍କୁ ଆକ୍ରମଣ କିରଥିଲେ। ସେ କହିଛନ୍ତି, ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଅନୁସାରେ, ମୁଁ ‘ଷ୍ଟାଣ୍ଡିଙ୍ଗ୍‌ କମିଟି ନିର୍ବାଚନ’ ପରିଚାଳନା କରିବା ବେଳେ ‘ବିଜେପି’ କାଉନ୍‌ସିଲର୍‌ମାନେ ମତେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହା ହେଉଛି ‘ବିଜେପି’ର ଗୁଣ୍ଡାଗର୍ଦୀର ସ୍ତର। ସେମାନେ ଜଣେ ମହିଳା ମେୟର୍‌ଙ୍କୁ ଆକ୍ରମଣ କରିବାରୁ ପଛାଉ ନାହାନ୍ତି।

publive-image Image Courtesy of Zee News

କିନ୍ତୁ, ‘ବିଜେପି’ କହିଛି ଯେ, ସେମାନେ କେବଳ ଘଟଣା ସଂକ୍ରାନ୍ତରେ ମେୟର୍‌ଙ୍କ ସହିତ ଆଲୋଚନା କରିବାକୁ ଉଦ୍ୟମ କରୁଥିଲେ। ‘ବିଜେପି’ର ସାକ୍ଷୀ ରାୟ କହିଛନ୍ତି, ଆମ କଥା ଶୁଣିବା ସହିତ ଆଲୋଚନା କଲେ କିଛି ସମାଧାନ ବାହାରିବ ବୋଲି କହିବା ଲାଗି ଆମେ ମେୟର୍‌ଙ୍କ ପାଖକୁ ଯାଇଥିଲୁ।

ସଂଗୃହୀତ ସୂଚନା ଅନୁସାରେ, ଭୋଟ୍‌ ସମୟରେ କିଛି ସଦସ୍ୟ ମୋବାଇଲ୍‌ଫୋନ୍‌ ନେଇଥିବା କଥାକୁ ନେଇ ‘ଆପ୍‌’ ଓ ‘ବିଜେପି’ ମଧ୍ୟରେ ବଚସା ଆରମ୍ଭ ହୋଇ କ୍ରମେ ଅବସ୍ଥା ଉଗ୍ର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe