ମିଗ୍‌-୨୧ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ ମୃତ

Advertisment
ମିଗ୍‌-୨୧ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ ମୃତ

ନୂଆଦିଲ୍ଲୀ : ରାଜସ୍ଥାନର ବାର୍‌ମେର ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି ଏବଂ ଏଥିରେ ଥିବା ଦୁଇଜଣ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି । ଘଟଣା ସଂପର୍କରେ ଖବର ମିଳିବା ମାତ୍ରେ ଉଦ୍ଧାରକାରୀ ଓ ସହାୟକ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଏକ ଦୁଇ ସିଟର୍‌ ବିଶିଷ୍ଟ ମିଗ୍‌-୨୧ ଟ୍ରେନର୍‌ ବିମାନ ଗୁରୁବାର ସନ୍ଧ୍ୟାରେ ରାଜସ୍ଥାନର ଉତରଲାଇ ବାୟୁସେନା ଘାଟିରୁ ପ୍ରଶିକ୍ଷଣ ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ରାତି ପ୍ରାୟ ୯ଟା ୧୦ ମିନିଟରେ ବାରମେର ନିକଟରେ ଏହି ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ଏବଂ ଏଥିରେ ଥିବା ଦୁଇ ଜଣ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର କାରଣ ସ୍ପଷ୍ଟ କରିବା ପାଇଁ ‘କୋର୍ଟ ଅଫ୍‌ ଏନ୍‌କ୍ବାରି’ ନିର୍ଦ୍ଦେଶ ଦିଆଯାଇଛି ।

ଘଟଣାସ୍ଥଳରେ ବରିଷ୍ଠ ବାୟୁସେନା ଅଧିକାରୀ, ବାର୍‌ମେର ଜିଲ୍ଲାପାଳ, ଏସ୍‌ପି ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପହଞ୍ଚିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଦୁର୍ଘଟଣା ସଂପର୍କରେ ବାୟୁସେନା ମୁଖ୍ୟ ଭିଆର୍‌ ଚୌଧାରୀଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ପାଇଲଟ୍‌ଙ୍କ ମୃତ୍ୟୁରେ ପ୍ରତିରକ୍ଷା ମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe