ଆଇପିଏଲ ଖେଳିବେ ସୁରେଶ ରାଇନା !

ଆଇପିଏଲ ଖେଳିବେ ସୁରେଶ ରାଇନା !

ନୂଆଦିଲ୍ଲୀ: ଗତ ସପ୍ତାହରେ ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାମ୍ପ ଛାଡି କ୍ରିକେଟର ସୁରେଶ ରାଇନା ହଠାତ୍ ଭାରତ ଫେରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସୁରେଶ ରାଇନା କ’ଣ ପାଇଁ ଭାରତ ଫେରିଲେ, ସେ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା| ଏ ମଧ୍ୟରେ ପିଉସାଙ୍କୁ ହତ୍ୟା କରାଯିବା ପରେ ରାଇନା ଭାରତ ଫେରିବାକୁ ବାଧ୍ୟ ହୋଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଅନେକ କଳ୍ପନାଜଳ୍ପନା ପରେ ରାଇନା ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି।

Suresh Raina to miss IPL 2020 due to personal reasons, Sports News | wionews.com WION

ତାଙ୍କ କହିବା ମୁତାବକ, ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଏବଂ ମୋତେ ମୋ ପରିବାର ପାଇଁ ଫେରିବାକୁ ପଡିଲା | ଏପରି କିଛି ଘଟଣା ଘଟିଥିଲା, ଯାହାକୁ ତୁରନ୍ତ ସମାଧାନ କରାଯିବାର ଆବଶ୍ୟକ ଥିଲା | ସିଏସକେ ମଧ୍ୟ ମୋର ପରିବାର ଏବଂ ମାହୀ ଭାଇ(ଏମ୍.ଏସ୍ ଧୋନି) ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ଅଧାରୁ ସିଏସକେ ଛାଡ଼ି ଆସିବା ଏକ କଠୋର ନିଷ୍ପତ୍ତି ଥିଲା | ସିଏସକେ ଏବଂ ମୋ ମଧ୍ୟରେ କୌଣସି ସମସ୍ୟା ନାହିଁ | ୧୨.୫ କୋଟି ଟଙ୍କାକୁ କେହି ହାତଛଡ଼ା କରିବାକୁ ଚାହିଁବ ନାହିଁ। ମୋର ଫେରିବା ସେତିକି ଜରୁରୀ ଥିଲା ବୋଲି ମୁଁ ଫେରିବାକୁ ବାଧ୍ୟ ହେଲି | ମୁଁ ହୁଏତ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇପାରେ କିନ୍ତୁ ମୁଁ ଆଗାମୀ ୪-୫ ବର୍ଷ ପାଇଁ ଆଇପିଏଲ ଖେଳିବାକୁ ଅପେକ୍ଷା କରିଛି ବୋଲି ରାଇନା କ୍ରିକବଜଙ୍କୁ କହିଛନ୍ତି। ଏହା ସହ ସେ କହିଛନ୍ତି ଯେ, ମୁଁ ଏଠାରେ ସଙ୍ଗରୋଧରେ ରହିବା ସହ ମୋର ଟ୍ରେନିଂ ଚାଲୁ ରଖିଛି। ହୁଏତ ମୁଁ ପୁଣି ଥରେ ଦୁବାଇ ଫେରି ଆଇପିଏଲରେ ସାମିଲ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe