ଏବେ କେନ୍ଦ୍ର ବୁଝିଲା ଦାଦନ ଶ୍ରମିକଙ୍କ କଷ୍ଟ : ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା କେନ୍ଦ୍ର, ରହିବା, ଖାଇବା ଓ ନିରାପତ୍ତା ସୁନିଶ୍ଚିତ କର

Advertisment
କଳାହାଣ୍ଡିରେ ଚିନ୍ତା ବଢ଼ାଇଲେଣି ପ୍ରବାସୀ: ପଂଜୀକୃତ ହୋଇଛନ୍ତି ୪୦ ହଜାରରୁ ଉର୍ଦ୍ଧ୍ୱ, ଆସିଲେଣି ୧୪୯୬ ଜଣ

ନୂଆଦିଲ୍ଲୀ : ଲକ୍‌ଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକମାନଙ୍କ ରହିବା, ଖାଇବା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ଆଜି ସମସ୍ତ ରାଜ୍ୟଙ୍କୁ ନିର୍ଦେଶ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀଗୁଡିକ ଯେପରି କଡାକଡି ଲାଗୁ କରାଯାଏ, ତାହାକୁ ସୁନିଶ୍ଚିତ କରିବାକୁ ମଧ୍ୟ କ୍ୟାବିନେଟ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପତ୍ର ଲେଖି ପରାମର୍ଶ ଦେଇଛଛନ୍ତି।

ପତ୍ରରେ କୁହାଯାଇଛି ଯେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକମାନଙ୍କ ସଂଖ୍ୟା ପୁଙ୍ଖାନୁପୁଙ୍ଖ ଭାବେ ନିରୂପଣ କରି ସେମାନଙ୍କ ଖାଇବା ଓ ରହିବାର ସମସ୍ତ ସୁବିଧା କରାଯାଉ। ସେମାନଙ୍କ ପାଇଁ ସ୍ବତନ୍ତ୍ର ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯିବା ଦରକାର। ‌ଦାଦନଙ୍କ ପାଇଁ ଖୋଲାଯାଇଥିବା ରିଲିଫ୍ କ୍ୟାମ୍ପର ତଦାରଖ ଦାୟିତ୍ବ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଉ। ଆବଶ୍ୟକ ପଡିଲେ ସାମାଜିକ ସଂଗଠନ ବା ମଧ୍ୟାହ୍ନ ଭୋଜନ ସୁବିଧା ପ୍ରଦାନ କରୁଥିବା ସଙ୍ଗଠନଗୁଡିକ ସହିତ ଯୋଗସୂତ୍ର ରଖି ଲକ୍‌ଡାଉନ ସମୟରେ ସେମାନଙ୍କର ଖାଇବା ପିଇବାର ବ୍ୟବସ୍ଥା କରିବେ। ଆବଶ୍ୟକସ୍ଥଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ନିୟମାବଳୀ ଅନୁସାରେ ସେମାନଙ୍କୁ ମନସ୍ତାତ୍ବିକ ଓ ସାମାଜିକ ପରାମର୍ଶ ମଧ୍ୟ ଦିଆଯାଇପାରିବ। ନିକଟରେ ଗୁଜରାଟର ସୁରତ ଏବଂ ମୁମ୍ବାଇର ବାନ୍ଦ୍ରା ଷ୍ଟେସନ ସମ୍ମୁଖରେ ଶ୍ରମିକ ଅଶାନ୍ତି ପରିପପ୍ରେକ୍ଷୀ‌େର ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe