ଘରକୁ ଫେରିପାରିବେ ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ

ଗୃହ ମନ୍ତ୍ରାଳୟର ଏସ୍‌ଓପି

ଘରକୁ ଫେରିପାରିବେ ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ

Image Source: Zee News

ନୂଆଦିଲ୍ଲୀ : ଦେଶରେ କରୋନା ଲକ୍‌ଡାଉନ୍‌ରେ ଫସିଥିବା ଲୋକଙ୍କ ପାଇଁ ବଡ଼ ଧରଣର ଆଶ୍ବସ୍ତି ଆଣିଛନ୍ତି କେନ୍ଦ୍ର ସରକାର। ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଏବେ ସେମାନଙ୍କ ଘରକୁ ଫେରିପାରିବେ। ନିଜ ଅଂଚଳ ଓ ଘରକୁ ଫେରିଥିବା ଦିଗରେ ପୂର୍ବରୁ ରହିଥିବା କଟକଣାକୁ ଗୃହାଳୟ ପ୍ରତ୍ୟାହାର କରିଛନ୍ତି ଏବଂ ଏ ବାବଦରେ ଆଜି ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ବାହାରୁ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଆଦିଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାବେଳେ ସାମାଜିକ ଦୂରତ୍ବକୁ କଡ଼ାକଡ଼ି ପାଳନ କରାଯିବ ଏବଂ ସେମାନଙ୍କୁ ଘରକୁ ପଠାଯିବା ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ହେବ ବୋଲି କୁହାଯାଇଛି। ସେମାନେ ଘରେ ପହଞ୍ଚିବା ପରେ ସେମାନଙ୍କୁ ୧୪ ଦିନ ପାଇଁ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବାକୁ ହେବ।

ସୂଚନାଯୋଗ୍ୟ ଯେ ଗତ ୨୭ ତାରିଖରେ ୯ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସିଂ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠିଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇ ପ୍ରବାସୀ ଶ୍ରମିକ ଓ ଅନ୍ୟମାନଙ୍କ ଫେରିବା ଲାଗି ସ୍ବତନ୍ତ୍ର ଗାଇଡ୍‌ଲାଇନ୍ସ କେନ୍ଦ୍ର ଜାରି କରୁ ବୋଲି ଦାବି ରଖିଥିଲେ। ସେ ସତର୍କ କରାଇ ଦେଇଥିଲେ ଯେ ଏସ୍‌ଓପି ଜାରି ନହେଲେ କରୋନା ଭୟଙ୍କର ରୂପ ଧାରଣ କରିପାରେ। ସୁପ୍ରିମ କୋର୍ଟ ମଧ୍ୟ ଏସଂପର୍କରେ‌ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବ‌ା ସହିତ ପ୍ରବାସୀଙ୍କ ପ୍ରତ୍ୟାବର୍ତନ ପାଇଁ କଣ ପଦକ୍ଷେପ ନିଆଯାଉଛି ସେସଂପର୍କରେ ଜାଣିବାକୁ ଚାହିଁଥିଲେ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହି ଏସ୍‌ଓପି ଜାରି କରାଯାଇଛି। କୁହାଯାଇଛି ଯେ ପ୍ରବାସୀଙ୍କ ପରିବହନ ପାଇଁ ବସ୍‌ ବ୍ୟବହାର କରାଯିବ। ବସ୍‌ ଭିତରେ ବସିବା ବେଳେ ନିର୍ଦ୍ଧାରିତ ସାମାଜିକ ଦୂରତ୍ବକୁ ଧ୍ୟାନରେ ରଖି ବ୍ୟବସ୍ଥା କରାଯିବ। ଯେତେବେଳେ କୌଣସି ବ୍ୟକ୍ତି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ, ସେତେବେଳେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ହେବ। ସଂସ୍ଥାଗତ କ୍ବାରାଣ୍ଟିନ୍‌ ଆବଶ୍ୟକ ନଥିଲେ ସେମାନଙ୍କୁ ଘରକୁ ପଠାଇ ଘରେ ୧୪ ଦିନ ପାଇଁ କ୍ବାରାଣ୍ଟିନରେ ରହିବାକୁ କୁହାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe