ଆତଙ୍କବାଦୀ ଆକ୍ରମଣରେ ପ୍ରବାସୀ ଶ୍ରମିକ ଆହତ: ସପ୍ତାହରେ ତୃତୀୟ ଆକ୍ରମଣ

Advertisment

ଜମ୍ମୁ କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍‌ କରି ପୁଣିଥରେ ଆକ୍ରମଣ ହୋଇଛି। କଶ୍ମୀରର ତ୍ରାଲ୍‌ରେ ଗୁରୁବାର ସକାଳେ ଆତଙ୍କବାଦୀମାନେ ଜଣେ କିଶୋର ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଛନ୍ତି।

ଜମ୍ମୁ କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍‌ କରି ପୁଣିଥରେ ଆକ୍ରମଣ ହୋଇଛି। କଶ୍ମୀରର ତ୍ରାଲ୍‌ରେ ଗୁରୁବାର ସକାଳେ ଆତଙ୍କବାଦୀମାନେ ଜଣେ କିଶୋର ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଛନ୍ତି।

dgjjgdjggj

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍‌ କରି ପୁଣିଥରେ ଆକ୍ରମଣ ହୋଇଛି। କଶ୍ମୀରର ତ୍ରାଲ୍‌ରେ ଗୁରୁବାର ସକାଳେ ଆତଙ୍କବାଦୀମାନେ ଜଣେ କିଶୋର ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ସପ୍ତାହକ ମଧ୍ୟରେ କଶ୍ମୀରରେ ଏହା ତୃତୀୟ ଆକ୍ରମଣ।  ଶୁଭମ୍‌ କୁମାର (୧୯)ଙ୍କ ଘର ଉତ୍ତରପ୍ରଦେଶର ବିଜନୌରରେ।  ତ୍ରାଲ୍‌ର ବାଟଗୁନ୍ଦ ଗ୍ରାମରେ  ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଶୁଭମ   ଆହତ ହୋଇଛନ୍ତି।

ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।  ଉଲ୍ଲେଖଯୋଗ୍ୟ,  ଗତ ୨୦ ତାରିଖରେ ମଧ୍ୟ ଆତଙ୍କବାଦୀ ଆକ୍ରମଣରେ ଜଣେ ଡାକ୍ତର ଏବଂ ୬ ଜଣ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା।  ଆତଙ୍କବାଦୀମାନେ ସୋନମାର୍ଗ ଅଞ୍ଚଳରେ ଏକ ନିର୍ମାଣ ସ୍ଥଳ ଉପରେ ଆକ୍ରମଣ କରିବା ସମୟରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା।  ତେବେ ସପ୍ତାହକ ମଧ୍ୟରେ ଏହା ତୃତୀୟ ଆକ୍ରମଣ।  ଉକ୍ତ ଘଟଣା ପରେ ଜମ୍ମୁ କଶ୍ମୀର ସୁରକ୍ଷା ସ୍ଥିତି ନେଇ ଆଜି ଉପରାଜ୍ୟପାଳଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe