‘ମିଲନ୍‌’ ନୌ ସମରାଭ୍ୟାସ:ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲା ମାଳଦ୍ୱୀପ

Advertisment
‘ମିଲନ୍‌’ ନୌ ସମରାଭ୍ୟାସ:ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲା ମାଳଦ୍ୱୀପ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୬ ତାରିଖରୁ ଭାରତ ନେତୃତ୍ୱରେ ଆରମ୍ଭ ହେବାକୁ ଯାଉଥିବା ଦ୍ୱିବାର୍ଷିକ ବିଶାଳ ନୌ-ସମରାଭ୍ୟାସ ‘ମିଲନ୍‌’ରେ ଅଂଶଗ୍ରହଣ କରିବା ପାଇଁ ମାଳଦ୍ୱୀପ ମନା କରିଦେଇଛି। ଏହି କାର୍ଯ୍ୟକ୍ରମରେ ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟିକ ସହଯୋଗ ଆଦିକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପରୋକ୍ଷରେ ଏହା ଚୀନ୍‌ର କାୟାବିସ୍ତାରକୁ ରୋକିବାରେ ମଧ୍ୟ ସକ୍ଷମ ହେଉଛି । ମାଳଦ୍ୱୀପରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି ଏବଂ ବର୍ତ୍ତମାନର ସରକାର ସଂପୂର୍ଣ୍ଣ ଭାବେ ଚୀନ୍‌ କଥାରେ ପରିଚାଳିତ ହେଉଥିବାରୁ ଭାରତର ନିମନ୍ତ୍ରଣକୁ ମାଳଦ୍ୱୀପ ପ୍ରତ୍ୟାଖ୍ୟାନ କରିଥିବା ଚର୍ଚ୍ଚା ହେଉଛି। କେଉଁ କାରଣ ପାଇଁ ମାଲଦ୍ୱୀପ ଏହି ନିଷ୍ପତ୍ତି ନେଇଛି ତାହା ସରକାରୀ ଭାବେ ସ୍ପଷ୍ଟ କରିନଥିଲେ ମଧ୍ୟ ସାଂପ୍ରତିକ ଘଟଣାବଳୀରୁ ପରିସ୍ଥିତି ସଂପର୍କରେ ସବୁକିଛି ସ୍ପଷ୍ଟ ହୋଇଯାଉଛି ବୋଲି ନୌସେନା ମୁଖ୍ୟ ସୁନୀଲ୍‌ ଲାନ୍‌ବା ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଭାରତ ମହାସାଗରରେ ଏହି ୮ ଦିନିଆ ବିଶାଳ ନୌ-ସମରାଭ୍ୟାସ କାର୍ଯ୍ୟକ୍ରମରେ ୧୬ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ। ଉକ୍ତ କାର୍ଯ୍ୟକ୍ରମକୁ ସର୍ବଦା ଆଞ୍ଚଳିକ ସହଯୋଗ ବୃଦ୍ଧି ଲକ୍ଷ୍ୟରେ ଆୟୋଜନ କରାଯାଉଥିବାରୁ ଏଥିରେ କୌଣସି ଦ୍ୱିପାକ୍ଷିକ ଶତ୍ରୁତାର ସ୍ଥାନ ନାହିଁ ବୋଲି ନୌସେନା ମୁଖ୍ୟ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ବିଭିନ୍ନ ରାଷ୍ଟ୍ର ମିଳିତ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଣ୍ଡାମାନ୍‌ ନିକୋବର ଦ୍ୱୀପାଞ୍ଚଳରେ ଆରମ୍ଭ ହେବାକୁ ଯାଉଥିବା ‘ମିଲନ’ କାର୍ଯ୍ୟକ୍ରମ ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ସରିବ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍‌ର ଏକଚାଟିଆ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏହି ନୌ ସମରାଭ୍ୟାସରେ ଅଂଶଗ୍ରହଣକାରୀ ରାଷ୍ଟ୍ରର ଅଧିକାରୀମାନେ ଏ ବାବଦରେ ମଧ୍ୟ ବିସ୍ତତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe